ଇଣ୍ଡୋନେସିଆରେ ପ୍ରଳୟଙ୍କରୀ ବନ୍ୟା

ଇଣ୍ଡୋନେସିଆରେ ପ୍ରଳୟଙ୍କରୀ ବନ୍ୟା

ଇଣ୍ଡୋନେସିଆର ପେପୁଆରେ ଗତକାଲି ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୨୦ରୁ ଅଧିକ ବ୍ୟକ୍ତି ଆହାତ ମଧ୍ୟ ହୋଇଛନ୍ତି । ଏଜେନ୍ସି ଏଏଫପି ଇଣ୍ଡୋନେସିଆ ସରକାରୀ ସୂତ୍ରରୁ ସୂଚନା ଦେଇଛି । ଦେଶର ରାଜଧାନୀ ଜୟାପୁର ସ୍ଥିତ ସେଂଟାଣୀରେ ଗତକାଲିଠାରୁ ମୁଶଳ ଧାରାରେ ବର୍ଷା ଲାଗିରହିଥିଲା । ଯାହାର ପ୍ରଭାବରେ ବନ୍ୟା ଆସିଛି । ଏଥିରେ ପ୍ରାୟ ୫୦ ଜଣ ମୃତ୍ୟୁବରଣ କରିସାରିଲେଣୀ । ଏହାସହ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭବନା ରହିଛି । ତେବେ ଉଦ୍ଧାରକାରୀ ଦଳ ବର୍ତମାନ ପ୍ରଭାବିତ ଅଂଚଳ ଅଭିମୁଖ୍ୟ ଯାତ୍ରା କରୁଛନ୍ତି ।