ଡାକ୍ତରଙ୍କ ଦାବି ମାନିଲେ ଦିଦି

ଡାକ୍ତରଙ୍କ ଦାବି ମାନିଲେ ଦିଦି

ଡାକ୍ତରଙ୍କ ଦାବି ମାନିଲେ ଦିଦି
ପଶ୍ଚିମବଙ୍ଗ:କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଡାକ୍ତର ପ୍ରତିନିଧିଙ୍କ ବୈଠକ ଶେଷ ହୋଇଛି । ଡାକ୍ତରଙ୍କ ସୁରକ୍ଷା ସଂପର୍କିତ ସମସ୍ତ ଦାବି ମାନିଛନ୍ତି ମମତା । ସମସ୍ତ ସରକାରୀ ହସ୍ପିଟାଲ ଗୁଡିକରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବ । ପ୍ରତି ହସ୍ପିଟାଲରେ ଜଣେ ଲେଖାଏଁ ଡୋନାଲ ଅଧିକାରୀ ରହିବେ । ମମତାଙ୍କ ସହ ବୈଠକ ପରେ ଡାକ୍ତରୀ ସଂଘର ବୈଠକ ଜାରି ରହିଛି । ସର୍ବଭାରତୀୟ ଆନ୍ଦୋଳନ ପ୍ରତ୍ୟାହାର ନେଇ ନିଷ୍ପତି ହୋଇପାରେ ବୋଲି ଜଣା ପଡୁଛି । ପଶ୍ଚମବଙ୍ଗରେ ଘଟି ଥିବା ଡାକ୍ତରଙ୍କ ଉପରେ ଆକ୍ରମଣର ଆନ୍ଦୋଳନ ତିବ୍ର ରୂପରେ ସାରା ଦେଶରେ ବ୍ୟାପି ଯାଇଥିଲା । ସବୁ ଡାକ୍ତରମାନେ ଏକାଠି ହୋଇ ରାଜ ରାସ୍ତାକୁ ଓହ୍ଲାଇ ଆସିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ପରେ ସମାଧାନର ବାଟ ଫିଟିଛି ।