ପ୍ରାଚୀନତାଠୁ ଆଧୁନିକତାର ଯାତ୍ରା ଅନେକ ପରିବର୍ତ୍ତନ : ଆଧୁନିକତାର ସ୍ପର୍ଶରେ ବଦଳି ଯାଇଛି ରଜ ଚମକ

ପ୍ରାଚୀନତାଠୁ ଆଧୁନିକତାର ଯାତ୍ରା ଅନେକ ପରିବର୍ତ୍ତନ : ଆଧୁନିକତାର ସ୍ପର୍ଶରେ ବଦଳି ଯାଇଛି ରଜ ଚମକ

ପ୍ରାଚୀନତାଠୁ ଆଧୁନିକତାର ଯାତ୍ରା ଅନେକ ପରିବର୍ତ୍ତନ :  ଆଧୁନିକତାର ସ୍ପର୍ଶରେ ବଦଳି ଯାଇଛି ରଜ ଚମକ
ପ୍ରାଚୀନତାଠୁ ଆରମ୍ଭ କରି ଆଧୁନିକତାର ଯାତ୍ରା ପର୍ଯ୍ୟନ୍ତ ହୋଇଛି ଅନେକ ପରିବର୍ତ୍ତନ । ଆଧୁନିକ ଜୀବନଶୈଳୀ ଢାଂଚାରେ ମଣିଷ ଭୁଲିଯାଉଛି ତାର ପରମ୍ପରାକୁ । ଭାଇଚାରା ଓ ସଂସ୍କୃତିର ପର୍ବ ରଜ । ରଜ ଆସିଲେ ସାଙ୍ଗରେ ଆଣି ଆସେ ମଉଜ ମଜଲିସ । ମନେ ପକାଇଦିଏ ପୁରୁଣା ଦିନର ଖେଳର ଅନୁଭୂତିକୁ । ପିଲାଠୁ ବୁଢା, ନାରୀଠୁ ପୁରୁଷ ୩ ଦିନ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦ ଉଲ୍ଲାସରେ ବିଭିନ୍ନ ପ୍ରକାର ଖେଳ ଖେଳିଥା’ନ୍ତି । ସଜବାଜଠୁ ଆରମ୍ଭ ହୁଏ ରଜର ମହକ । ଗାଁ ଗଡିଆ ତୁଠ ବାସନା ତେଲ ଓ ନାନା ପ୍ରକାର ସାବୁନର ମହକରେ ପୁରି ଉଠେ । ଗାଁର ଝିଅ, ବୋହୂମାନେ ହଳଦୀ ମାଖି ସ୍ନାନ ସାରିଲା ପରେ ଅଳତା, ନେଲପଲିସ, ଅତର, ମଞ୍ଜୁଆତି ପତ୍ରରେ ମେହେନ୍ଦୀ ଲଗାଇ, କେଶକୁ ସୁସଜିତ କରି ଚମକି ଉଠନ୍ତି । ଗାଁ ଯୁବକମାନେ ସର୍କସ ଭଳି ଗଡିଆ ଭିତରକୁ ଲମ୍ଫ ମାରି ଜଳକ୍ରୀଡା କରନ୍ତି । ଗାଁ ଆମ୍ବ ତୋଟାକୁ ଯାଇ ଝିଅମାନେ ପୁଚି, ବୋହୂ ଚୋରୀ, ଲୁଡୁ, ତାସ୍, କାଚ କଉଡି ଖେଳରେ ମାତିଥାନ୍ତି । ପୁଅମାନେ ଦୁଇ ଦଳରେ ବିଭକ୍ତ ହୋଇ କବାଡି ଖେଳିଥାନ୍ତି । ବାଗୁଡି ବାଗୁଡି ସ୍ୱରରେ କମ୍ପିଉଠେ ପରିବେଶ । ଅଜା ମାନଙ୍କର ପଶାପାଲି ଖେଳରେ ହଠାତ୍ ହୋହାଲା ଶବ୍ଦ, ଆଈଙ୍କ ତାସ୍ ଖେଳ, ବାପାଙ୍କ ଦୋଳି ବନ୍ଧା, ମା’ଙ୍କ ପିଠା ଖୁଆଇବା ସତରେ ନିଆରା । କିନ୍ତୁ ଆଧୁନିକ ସଭ୍ୟତାର ଛାପରେ ଢାଙ୍କି ହୋଇଗଲାଣି ଅଳଙ୍କୃତ ପରମ୍ପରା । ଏବେ ପିଲା ଆମ୍ବ ତୋଟା ଭୁଲି ପାର୍କ ଯାଉଛନ୍ତି । ବାଗୁଡିର ଶବ୍ଦ ଆଉ ଶୁଣିବାକୁ ମିଳୁନି । ପିଲା ଏବେ କବାଡି ଭୁଲି ଖେଳୁଛନ୍ତି ଫ୍ର୍ରି ଫାୟାର ଅଉ ପବଜି । ପୋଡ ପିଠା ବଦଳରେ ଖାଉଛନ୍ତି କେକ୍ । ହୁଏତ ଏହି ପଲ୍ଲୀ ଓ କୃଷିଭିତ୍ତିକ ପର୍ବକୁ କୋଣଠେସା କରିବାକୁ ଆରମ୍ଭ କରିଛି ଆଧୁନିକ ଜୀବନ ଶୈଳୀ ତଥାପି ଏହି ପର୍ବ ତାର ସ୍ୱତନ୍ତ୍ରତା ବଜାୟ ରଖିଛିି ।