କାହା ଛାତ୍ରଛାୟାରେ ନାଲକୋ CMD

କାହା ଛାତ୍ରଛାୟାରେ ନାଲକୋ CMD

ଦୁର୍ନୀତିର ପାହାଡ ଉପରେ ବସିଥିବା ନାଲକୋ ସିଏମଡି ଶ୍ରୀଧର ପାତ୍ରଙ୍କ ଉପରେ ବଢିଲା ଚାପ । ପ୍ରଥମେ ଆମେ ଦେଖାଇ ଥିଲୁ ଦୁର୍ନୀତିର ଲମ୍ବା ତାଲିକା । ଏବେ ବୁଦ୍ଧିଜୀବୀ ଆଣିଲେ ମହାଦୁର୍ନୀତିର ଘୋର ଅଭିଯୋଗ । ଆଉ କେଉଁଠି ନୁହେଁ, ନାଲକୋର ଭୁବନେଶ୍ୱର ସ୍ଥିତ କର୍ପୋରେଟ୍ ଅଫିସ ଆଗରେ ଏକ ସଙ୍ଗେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଲେ ଶହେରୁ ଅଧିକ ଜନତା । ସମସ୍ତଙ୍କ ମୁହଁରେ ଗୋଟିଏ ଅଭିଯୋଗ ଓଡିଆଙ୍କ ନାମରେ କଳଙ୍କକୁ ଦୁର୍ନୀତି ମାମଲାରେ ଗିରଫ କରାଯାଉ । ଭାରତୀୟ ବିକାଶ ପରିଷଦ ସଂଗଠନ ପକ୍ଷରୁ ଏପରି ବିକ୍ଷୋଭ, ନାଲକୋ ଅଫିସକୁ ଦୋହଲାଇ ଦେଇଛି । ସତ ଲୁଚାଇବାକୁ ଧାଇଁ ଆସିଛନ୍ତି ନାଲକୋର ବରିଷ୍ଠ ଅଧିକାରୀମାନେ । କିନ୍ତୁ ଭାରତୀୟ ବିକାଶ ପରିଷଦ କୌଣସି ଚାପରେ ବଶବର୍ତ୍ତୀ  ନ ହୋଇ ଶ୍ରୀଧର ପାତ୍ରଙ୍କ ଦୁର୍ନୀତି ପେଡି ଖୋଲିଛି । ଏପରିକି ନାଲକୋର ଅବସରପ୍ରାପ୍ତ ଜଣେ ଜେନେରାଲ୍ ମ୍ୟାନେଜର ରାମଚନ୍ଦ୍ର ପାଢୀ ସିଏମଡି ଶ୍ରୀଧର ପାତ୍ରଙ୍କ ନାମରେ ଆଣିଛନ୍ତି ସାଘାଂତିକ ଅଭିଯୋଗ । ନିଯୁକ୍ତି ଠୁ ନେଇ ପ୍ରମୋସନ, ବଦଳିରୁ ନେଇ ଟେଣ୍ଡର ସବୁ କ୍ଷେତ୍ରରେ ଶ୍ରୀପାତ୍ର ଦୁର୍ନୀତି କରିଛନ୍ତି । ଏପରିକି ଭୂତ ଠିକଣାରେ ବେନାମୀ ଟେଣ୍ଡର କରି ଆଡଭାନ୍ସ ୧୦ ହଜାର କୋଟି ଟଙ୍କାର କାମ ପ୍ରଦାନ କରିଛନ୍ତି ଶ୍ରୀପାତ୍ର । ଏହା ସହ ନାଲକୋ ଟଙ୍କାରେ ନିଜ ପରିବାରକୁ ବ୍ୟକ୍ତିଗତ କାମରେ ବୁଲାଇ ନେଇଥିବା ପୂର୍ବତନ ଜିଏମ ଶ୍ରୀ ପାଢୀ ଅଭିଯୋଗ କରିଛନ୍ତି । ଏ ନେଇ ସେ ସିବିଆଇ, ସେଣ୍ଟ୍ରାଲ ଭିଜିଲାନ୍ସ କମିସନ, ଲୋକପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । 

ଭାରତୀୟ ବିକାଶ ପରିଷଦର ଅଭିଯୋଗ, ଶ୍ରୀଧର ପାତ୍ର ୨୦୧୯ରୁ ୨୦୨୪ ଚାକିରି କାଳ ମଧ୍ୟରେ ଦୁଇ ଡଜନରୁ ଅଧିକ ଦୁର୍ନୀତିରେ ଲିପ୍ତ । ସବୁଠାରୁ ଗୁରୁତ୍ୱ ପୂର୍ଣ ଅଭିଯୋଗ ହେଉଛି ଶ୍ରୀପାତ୍ର ନିଜ କର୍ମଚାରୀ ଓ ଅଧିକାରଙ୍କୁ ଅଧିକ ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ନିଜ କ୍ଷମତା ଓ ଦୁର୍ନୀତି ଟଙ୍କା ବଳରେ ସେ ସବୁ ପ୍ରଭାବଶାଳୀ ମନ୍ତ୍ରୀ, ସଚିବ ଓ ଅନୁଷ୍ଠାନକୁ ପକେଟରେ ପୁରାଇଛନ୍ତି । ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇ ତଦନ୍ତ ଓ ଗିରଫଦାରୀ ଏଡାଇ ଚାଲିଛନ୍ତି । ଏପରି ଅଧିକାରୀଙ୍କୁ ତୁରନ୍ତ ପଦବୀରୁ ବହିଷ୍କାର କରିବା ସହ ଗିରଫ ଦାବି କରିଛି ଭାରତୀୟ ବିକାଶ ପରିଷଦ ।

ପ୍ରଥମେ ନିଜର ଏକାଧିକ କର୍ମଚାରୀ ଅଭିଯୋଗ ଆଣିଲେ, ପରେ ଗଣମାଧ୍ୟମ ଦୁର୍ନୀତିର ଲମ୍ବା ତାଲିକା ପ୍ରକାଶ କରିଲା । ଏବେ ସାଧାରଣ ନାଗରିକ ସଂଗଠନ ଓ ବୁଦ୍ଧିଜୀବୀ ଶ୍ରୀଧର ପାତ୍ରଙ୍କ ବିରୋଧରେ ନାଲକୋ ଅଫିସ ଆଗରେ ପ୍ରଦର୍ଶନ କରିଚନ୍ତି ବିକ୍ଷୋଭ । ଏତେ ସବୁ ପରେ ବି କେଉଁ ଅଦୃଶ୍ୟ ଶକ୍ତି ଶ୍ରୀଧର ପାତ୍ରଙ୍କୁ ଦୁର୍ନୀତି କବଳରୁ ସୁରକ୍ଷା ଦେଉଛି ତାହା ସବୁଠାରୁ ବଡ ପ୍ରଶ୍ନ । ଏବେ ଦେଖିବାକୁ ବାକି ରହିଲା ଏହି ଦୁର୍ନୀତିଗସ୍ତ ଅଧିକାରୀଙ୍କ ବିରୋଧରେ କେବେ ହେଉଛି ତଦନ୍ତ । ବ୍ୟୁରୋ ରିପୋର୍ଟ. ୟୁବିସି ନ୍ୟୁଜ୍