ପିଲା ଦିନରୁ ମାଆଙ୍କ ସ୍ନେହରୁ ବଂଚିତ ଥିଲେ ରବିନ୍ଦ୍ରନାଥ
ପିଲା ଦିନରୁ ମାଆଙ୍କ ସ୍ନେହରୁ ବଂଚିତ ଥିଲେ ରବିନ୍ଦ୍ରନାଥ
admin
May 6, 2021 - 13:16
Updated: May 6, 2021 - 13:16
ଭୁବନେଶ୍ୱର: କୋଲକାତାର ଜୋରାସାଙ୍କୋ ଠାକୁରବାଡିରେ ୧୮୬୧ ମେ’ ୭ ତାରିଖ ଦିନ ରବିନ୍ଦ୍ରନାଥ ଟାଗୋର ଜନ୍ମ ଗ୍ରହଣ କରିଥିଲେ । ତାଙ୍କତ ପିତା ଦେବେନ୍ଦ୍ରନାଥ ଟାଗୋର ଓ ମାତା ଶାରଦା ଦେବୀ ଥିଲେ । ପିଲାଟି ଦିନରୁ ତାଙ୍କ ମାତା ଶାରଦା ଦେବୀଙ୍କ ମୃତୁ୍ୟ ହୋଇଯାଇଥିଲା । ତାଙ୍କ ମାତାଙ୍କ ମୃତୁ୍ୟପରେ ତାଙ୍କର ଲାଳନପାଳନ ଚାକରମାନଙ୍କ ଦ୍ୱାରା ହୋଇଛି । । ସେଂଟ ଜ୍ୟାଭିଅର ସ୍କୁଲରୁ ଶିକ୍ଷା ଅଧ୍ୟୟନ ଆରମ୍ଭ କରିଥିଲେ ରବିନ୍ଦ୍ର । ୧୯୧୩ରେ ଗୁରୁଦେବ ରବିନ୍ଦ୍ରନାଥ ଠାକୁରଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ନୋବେଲ ପାଇଥିବା ପ୍ରଥମ ଅଣ-ୟୁରୋପୀୟ ଏବଂ ପ୍ରଥମ ଭାରତୀୟ । ବଙ୍ଗଳା ସାହିତ୍ୟ ଓ ସଙ୍ଗୀତକୁ ସେ ଏକ ନୂତନ ରୂପ ଦେଇଥିଲେ ତଥା ଗଭୀର ଭାବେ ଅନୁପ୍ରାଣିତ କରିଥିଲେ । ମାତ୍ର ଆଠ ବର୍ଷ ବୟସରେ ସେ କବିତା ଲେଖା ଆରମ୍ଭ କରିଥିଲେ । ଷୋହଳ ବର୍ଷ ବୟସରେ ତାଙ୍କ ପ୍ରଥମ କବିତା ପୁସ୍ତକ ସେ ଭାନୁସିଂହ ଛଦ୍ମନାମରେ ପ୍ରକାଶ କରିଥିଲୋ । ତାହା ପରେ ପରେ ସେ ଗଳ୍ପ ଓ ନାଟକ ଲେଖାରେ ମନଦେଇଥିଲେ । ଗୁରୁଦେବଙ୍କ ଦୁଇଟି କବିତା ଜନ ଜଣ ମନ ଓ ଆମାର ସୋନାର ବାଙ୍ଗଲାକୁ ଯଥାକ୍ରମେ ଭାରତ ଏବଂ ବାଂଲାଦେଶର ଜାତୀୟ ସଙ୍ଗୀତ ଭାବେ ମନୋନୀତ କରାଯାଇଥିଲା । ଭାରତୀୟ ସଂଗ୍ରମୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସେ ରଚନା କରିଥିଲେ, ‘ଚିତୋ ଜେଠା ଭୟଶୂନ୍ୟୋ ଏବଂ ଏକଲା ଚଲୋ ରେ । ମହାତ୍ମା ଗାନ୍ଧୀଙ୍କୁ ଏହି ଦ୍ୱିତୀୟ ପଦ୍ୟ ଗଭୀର ଭାବେ ପ୍ରଭାବିତ କରିଥିଲା