ଭାରତ ସ୍କାଉଟ ଏବଂ ଗାଇଡ ଅନୁଷ୍ଠାନ ର କୁନି କୁନି ପିଲାମାନେ ମେୟର ହାତରେ ରାକ୍ଷୀ ବାନ୍ଧିଲେ

ଆଜି ପବିତ୍ର ଗହ୍ମାପୂର୍ଣମୀ ଓ ରକ୍ଷାବନ୍ଧନ ଉଚ୍ଛବ ଅବସର ରେ କଟକ ଗଡଖାଇ ସ୍ଥିତ ମେୟର ଙ୍କ ସରକାରୀ ବାସଭବନରେ ରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସର ରେ କଟକ ଜିଲ୍ଲା ସ୍କାଉଟ ଏବଂ ଗାଇଡସ ୟୁନିଟ୍ ର ସଦସ୍ୟ ମାନେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଆଶ୍ରିବାଦ ନେଇଥିଲେ। ଏହି କ୍ରମରେ ମାନ୍ୟବର ମେୟର ଛୋଟ ଛୋଟ ପିଲା ମାନଙ୍କୁ ଭଲ ପାଠ ପଢି ସଫଳ ହେବାର ଉପଦେଶ ଦେବାସହ କୁନି କୁନି ପିଲାମାନଙ୍କୁ ମିଠା ଖୁଆଇ ରକ୍ଷା ବନ୍ଧନ ର ଗାରିମା ଅତି ସରଳ ଭାବରେ ବୁଝାଦେଇଥିଲେ । ସ୍କାଉଟ୍ସ ମାସ୍ଟର ମାନସ ରଞ୍ଜନ ପରିଡା ଏବଂ ଗାଇଡ କାପ୍ଟେନ ସୌଦାମିନୀ ଖାଡେଙ୍ଗା ଙ୍କ ସହ କଟକ ଜିଲା ସ୍କାଉଟ ଆଣ୍ଡ ଗାଇଡସ ପିଲାମାନେ , ଅବିନାଶ ମଲ ,ଦେବନ୍ଦର ପାଣିଗ୍ରାହୀ ପ୍ରମୁଖ ଉପସ୍ତିତ ଥିଲେ