ବଲିଉଡ୍ ପରେ ହଲିଉଡ୍ ପ୍ରେମରେ ଜାହ୍ନବୀ

ବଲିଉଡ୍ ପରେ ହଲିଉଡ୍ ପ୍ରେମରେ ଜାହ୍ନବୀ

ବଲିଉଡ୍ ପରେ ହଲିଉଡ୍ ପ୍ରେମରେ ଜାହ୍ନବୀ
ମୁମ୍ବାଇ – ହଲିଉଡ୍ ପ୍ରେମରେ ଜାହ୍ନବୀ । ଫିଲ୍ମ ‘ଧଡକ୍’ରୁ ବଲିଉଡ୍ରେ ପାଦ ରଖିଥିବା ଜାହ୍ନବୀ କପୁର ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସାଉଥ୍ ସୁପର୍ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ଜାହ୍ନବୀ ସ୍କ୍ରିନ୍ ଶେଆର କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଗାମୀ ତେଲୁଗୁ ଫିଲ୍ମ ‘ଫାଇଟର୍’ରେ ଜାହ୍ନବୀ ଓ ‘ଅର୍ଜୁନ ରେଡ୍ଡୀ’ ଫେମ୍ ବିଜୟ ଦେବରକୋଣ୍ଡା ଏକାଠି କାମ କରିବେ। ହେଲେ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ କି ଫିଲ୍ମକୁ ନେଇ କିଛି ଅଧିକ ସୂଚନା ମିଳିନାହିଁ। ତେବେ ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ଫେବୃଆରୀରୁ ଆରମ୍ଭ ହେବ ବୋଲି କୁହାଯାଉଛି।