ସ୍ୱାସ୍ଥ୍ୟ ପାଇଁ ଆମ୍ବ ଖାଇବା ଦରକାର

ସ୍ୱାସ୍ଥ୍ୟ ପାଇଁ ଆମ୍ବ ଖାଇବା ଦରକାର

ସ୍ୱାସ୍ଥ୍ୟ ପାଇଁ ଆମ୍ବ ଖାଇବା ଦରକାର
ସୁଆଦିଆ ଆମ୍ବର ଆଦର ଗ୍ରୀଷ୍ମରେ ସବୁଠୁ ଅଧିକ । ଭାରତରେ ସଂଖ୍ୟାଧିକ ପ୍ରଜାତିର ଆମ୍ବ ଫଳିଥାଏ । ଏଇ ସମୟରେ ବିଦେଶକୁ ମଧ୍ୟ ଲକ୍ଷାଧିକ ଟଙ୍କାର ଆମ୍ବ ରପ୍ତାନୀ ହୋଇଥାଏ । ପୋଷକତତ୍ୱ ଭରପୂର ଏଇ ଫଳକୁ ଖାଇ ମଜା ନିଅନ୍ତୁ । . ଆଂଟିଅକ୍ସିଡାଂଟ ଭରପୂର ଆମ୍ବ ଖାଇଲେ ତ୍ୱଚାରୁ ବୟସର ଛାପ କମିବା ସହ ମଧୁମେହ, କର୍କଟ ପରି ରୋଗ ହେବାର ଆଶଙ୍କା କମ ହୋଇଥାଏ । .ଭିଟାମିନ ଏ ମହଜୁଦ ଥିବା ଏଇ ଆମ୍ବ ଖାଇଲେ ଶରୀର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢୁଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି । . ମ୍ୟାଗ୍ନେସିୟମ, ପୋଟାସିୟମ ଓ ଗ୍ୟାଙ୍ଗିଫିଏରେନ ତତ୍ୱ ଥିବା ଏଇ ଆମ୍ବ ଫଳ ଖାଇଲେ ହୃତଯନ୍ତ୍ରୀ ସୁସ୍ଥ ରହୁଥିବାର ଜଣାପଡିଛି । . ଆମ୍ବ ଖାଇଲେ ହଜମ ଶକ୍ତି ଭଲ ହେବା ସହ ଆଖିର ଜ୍ୟୋତି ବଢୁଥବାର ପରୀକ୍ଷାରୁ ସ୍ପଷ୍ଟ ହୋଇଛି । . ଭିଟାମିନ ସି ଭରପୂର ଆମ୍ବ ନିୟମିତ ଖାଇବା ଦ୍ୱାରା ତ୍ୱଚା ଓ କେଶ ଉପରେ ଉତମ ପ୍ରଭାବ ପଡିଥାଏ ।