ନିରଞ୍ଜନ ହତାଶ କଲେ : ଶରତ ରାଉତ

ନିରଞ୍ଜନ ହତାଶ କଲେ : ଶରତ ରାଉତ

ନିରଞ୍ଜନ ହତାଶ କଲେ : ଶରତ ରାଉତ
ଭୁବନେଶ୍ୱର : ଆରମ୍ଭ ହୋଇଗଲା କଂଗ୍ରେସରେ ବାଦିପାଲା । ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ନିଜ ପଦ ପଦବୀରୁ ଇସ୍ତଫା ଦେବା ପରେ ଆଉ ଜଣେ ବରିଷ୍ଠ ନେତା ପିସିସି ନିରଞ୍ଜନ ପଟ୍ଟନାୟକଙ୍କୁ ନିଶାନା ସାଧିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତିଯେ, ନିରଞ୍ଜନ ବାବୁ ଆମକୁ ହତାଶ କରିଛନ୍ତି । ତାଙ୍କ ମନ୍ତବ୍ୟରୁ ଜଣାପଡ଼ିଯାଉଛି ଆମର ଅନେକ ତ୍ରୁଟି ହୋଇଛି । ଏମିତିକି ରାହୁଲ ଗାନ୍ଧୀଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି ବୋଲି କହିବାକୁ ମଧ୍ୟ ସେ ପଛାଇନାହାନ୍ତି । ମେ’ ୨୩ରେ ପ୍ରକାଶ ପାଇବ ସାଧାରଣ ନିର୍ବାଚନ ଫଳ । ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରେ କଂଗ୍ରେସରେ ଆରୋପ ପ୍ରତ୍ୟାରୋପ ଓ ବାଦବିବାଦର ଏକ ପର୍ବ ଆରମ୍ଭ ହେବା ସାଧାରଣ ଘଟଣା । ଏବେଠାରୁ ଏହାର ଆଭାସ ମଧ୍ୟ ମିଳିସାରିଛି । ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟଯେ, ଫଳାଫଳ ପ୍ରକାଶ ପାଇବା ପୂର୍ବରୁ କେତେକ କଂଗ୍ରେସ ନେତା ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ଉପରେ ପରୋକ୍ଷରେ ଦୋଷ ଲଦି ସାରିଛନ୍ତି । ସେହିପରି ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ବେଳେ ଓଡ଼ିଶା ଉପରେ ବିଶେଷ ଗୁରୁତ୍ୱ ଦେଇନଥିବାରୁ କେତେକ ନେତା ମଧ୍ୟ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି ।