ବିଜେପୁରରୁ ଲଢିବେ ରୀତା ସାହୁ

ବିଜେପୁରରୁ ଲଢିବେ ରୀତା ସାହୁ

ବିଜେପୁରରୁ ଲଢିବେ ରୀତା ସାହୁ
ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା । ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ବିଜେପୁରର ଲୋକପ୍ରିୟ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ତାଙ୍କ ପନôୀ ରୀତା ବିଜେଡିରେ ସାମିଲ ହୋଇଥିଲେ । ୨୦୧୮ର ହାଇଭୋଲଟେଜ ଉପନିର୍ବାଚନରେ ରୀତା ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ୨୦୧୯ରେ ବି ସେ ବିଜେପୁରରୁ ପ୍ରାର୍ଥୀ ହେବେବୋଲି କୁହାଯାଉଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିଜେ ନବୀନ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ । ଅବଶ୍ୟ ପଶ୍ଚିମ ଓଡ଼ିଶାରେ ବିଜେପିର ପ୍ରଭାବକୁ ପ୍ରତିହତ କରିବା ପାଇଁ ନବୀନ ଏଭଳି ନିଷ୍ପତି ନେଇଥିଲେ । ନିର୍ବାଚନରେ ପ୍ରାୟ ୫୬ ହଜାର ଭୋଟରେ ଜିତିବା ପରେ ନବୀନ ବିଜେପୁରରୁ ଇସ୍ତଫା ଦେଇଥିଲେ । ଫଳରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଛି ।