ହିତକାରୀ ପରିବା ବିଟ୍‍ର ଔଷଧିୟ ଗୁଣ ...

ହିତକାରୀ ପରିବା ବିଟ୍‍ର ଔଷଧିୟ ଗୁଣ ...

ହିତକାରୀ ପରିବା ବିଟ୍‍ର ଔଷଧିୟ ଗୁଣ ...
ମାଙ୍ଗାନିଜ୍‍, ଭିଟାମିନ ସି, ଲୌହ, ଫୋଲେଟ ଓ ଫାଇବାର ତତ୍ତ୍ୱ ଭରପୁର ବିଟ୍‍ ପରିବା ସମସ୍ତ ବୟସ ଓ ବର୍ଗର ଲୋକ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରୀ । ବିଟ୍‍କୁ କଞ୍ଚା ଓ ତରକାରୀରେ ଉଭୟରେ ଉପଯୋଗ କରି ଖାଇବେ । ନିୟମିତ ଭାବେ ଏଇ ପରିବାକୁ ନିଜ ଡାଏଟରେ ସାମିଲ କଲେ ଏକ ସୁସ୍ଥ ଜୀବନ ଅତିବାହିତ କରି ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ । ଆପଣ ଚାହିଁଲେ ସାଲାଡରେ ବିଟ୍‍ର ପ୍ରୟୋଗ କରିପାରିବେ । ପରିବା ରସ ଭାବେ ଦୈନିକ ଜଳଖିଆରେ ପିଇପାରିବେ । ନଚେତ ଦ୍ୱିପହର ଭୋଜନରେ ପଲଉରେ ବିଟ୍‍ର ବ୍ୟବହାର କରିପାରିବେ । ନାଇଟ୍ରେଟ ପୋଷକତତ୍ତ୍ୱ ଜରପୁର ବିଟ ପ୍ରତ୍ୟହ ଖାଇଲେ ହୃଦରୋଗ ହେବାର ଆଶଙ୍କା କମ୍‍ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ମଧୁମେହ ରୋଗୀଙ୍କ ନିମନ୍ତେ ବିଟ୍‍ ଏକ ଔଷଧ ପରି କାମ କରେ । କମ୍‍ କ୍ୟାଲୋରୀଯୁକ୍ତ ଏଇ ପରିବା ଖାଇଲେ ଓଜନ ମଧ୍ୟ ନିୟନ୍ତ୍ରଣ ରରେ । ୧ କପ୍‍ ବିଟ୍‍ ୩.୮୧ ଗ୍ରାମ ଫାଇବର ପ୍ରଦାନ କରିଥାଏ । ଆମ ପାଚନ କି୍ରୟାକୁ ଭଲ କରିବା ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ବିଟ୍‍ ଶକ୍ତି ଯୋଗାଇଥାଏ । କ୍ରୀଡ଼ାବିତମାନେ ନିୟମିତ ଭାବେ ବିଟ୍‍ ରସ ପିଇଥାନ୍ତି । କାରଣ ଏହା ପିଇଲେ ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଏହା ଆମ ମସ୍ତିଷ୍କକୁ ମଧ୍ୟ ଉତ୍ତମ ଭାବେ କାର୍ଯ୍ୟକ୍ଷମ କରାଇଥାଏ । ପିଲାମାନଙ୍କୁ ବିଟ୍‍ ସିଝା ଖାଇବାକୁ ଦେଲେ ସେମାନଙ୍କ ଶରୀରର ଭଲ ବିକାଶ ହେଉଥିବାର ବିଶେଷଜ୍ଞଙ୍କ ମତ । ଭିଟାମିନ୍‍ ସି ଭରପୁର ବିଟ୍‍ ଖାଇଲେ କର୍କଟ ରୋଗ ହେବାର ଆଶଙ୍କା କମ୍‍ ହୋଇଥାଏ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି ।