ତେଲରେ ସୌନ୍ଦର୍ଯ୍ୟ ଚର୍ଚ୍ଚା

ତେଲରେ ସୌନ୍ଦର୍ଯ୍ୟ ଚର୍ଚ୍ଚା

ତେଲରେ ସୌନ୍ଦର୍ଯ୍ୟ ଚର୍ଚ୍ଚା
ବର୍ଷା ଋତୁରେ ତେଲମାଲିସ ତ୍ୱଚାରେ କରିବା ଜରୁରୀ । ଅବଶ୍ୟ ତୈଳୀୟ ତ୍ୱଚା ଥିବା ମହିଳା ଓ ଯୁବତୀ ଏହାକୁ ନେଇ ସାବଧାନ ହେବା ଉଚିତ । ସେମାନଙ୍କ ତ୍ୱଚାରେ ତେଲ ଲଗାଇଲେ ବ୍ରଣ ହେବାର ସମ୍ଭାବନା ରହିଛି । ବିଶୁଦ୍ଧ ନଡ଼ିଆ ତେଲ ନଖ ଉଷୁମ କରି ତ୍ୱଚାରେ ମାଲିସ କରିବା ଭଲ । ଅତି କମ୍ରେ ୫ ମିନିଟ ସକାଳ ଓ ସନ୍ଧ୍ୟାରେ କଲେ ତ୍ୱଚାରେ ଚମକ ଆସେ । ଗାଧୋଇବା ବେଳେ ବାଲ୍ଟିଏ ପାଣିରେ ୨ ଚାମଚ ନଡ଼ିଆ ତେଲ ପକାଇ ଗାଧୋଇବା ତ୍ୱଚା ପାଇଁ ଉତ୍ତମ ପ୍ରକ୍ରିୟା । ୧ ଚାମଚ ବାଦାମ ତେଲକୁ ରାତିରେ ଶୋଇବା ପୂର୍ବରୁ ମୁହଁ, ହାତ ଓ ବେକରେ ମାଲିସ କରନ୍ତୁ । ନିୟମିତ ଏପରି କଲେ ୧ ସପ୍ତାହ ମଧ୍ୟରେ ଫରକ କଲେ ଜାଣିପାରିବେ । ଅଲିଭ ତେଲକୁ ଅତିକମ୍ରେ ସପ୍ତାହକୁ ଥରେ ମୁହଁରେ ତ୍ୱଚାରେ ମାଲିସ କରିବା ଭଲ । ଯେକୌଣସି ପ୍ୟାକ୍ ମୁହଁରେ ଲଗାଇବା ପୂର୍ବରୁ ସେଥିରେ କିଛି ବୁନ୍ଦା ଅଲିଭ ତେଲ କିମ୍ବା ବାଦାମ ତେଲ ମିଶାଇ ଲଗାନ୍ତୁ । ସୋରିଷ ତେଲକୁ ନଖ ଉଷୁମ କରି ଶରୀରରେ ମାଲିସ କଲେ ତ୍ୱଚାର ଶୁଷ୍କପଣ ଦୂର ହୋଇଥାଏ ।