ବିଶ୍ୱର ବିଭିନ୍ନ ସ୍ଥାନର ଅଜବ ନିୟମ

ବିଶ୍ୱର ବିଭିନ୍ନ ସ୍ଥାନର ଅଜବ ନିୟମ

ବିଶ୍ୱର ବିଭିନ୍ନ ସ୍ଥାନର ଅଜବ ନିୟମ
ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ପ୍ରଥା ଓ ନିୟମ ପ୍ରଚଳିତ । ସେହିପରି କିଛି ନିୟମ ହେଉଛି:- ଭେନିସରେ ପାରାଙ୍କୁ ଖାଦ୍ୟ ଦେବା ଅପରାଧ ଅଟେ । ଫ୍ଲୋରିଡାରେ ଦ୍ୱିପହରବେଳେ ବିଧବା କିମ୍ବା ଛାଡ଼ପତ୍ର ପାଇଥିବା ମହିଳା ସ୍କାଏ ଡାଇଭିଂ କରିବା ନିୟମ ଅପରାଧ । ସାଉଦି ଆରବରେ ବିବାହ ନିମନ୍ତେ ସର୍ବନିମ୍ନ ବୟସ ଧାର୍ଯ୍ୟ ହୋଇନାହିଁ । ଇଜିପ୍ଟର ବିମାନ ବନ୍ଦରରେ ଯଦି କୌଣସି ବ୍ୟକ୍ତି ବାଇନାକୁଲାର ସହ ଧରାପଡ଼ନ୍ତି ତାଙ୍କୁ ତୁରନ୍ତ ପୋଲିସ ଗିରଫ କରେ । ନ୍ୟୁଜିଲାଣ୍ଡର ସାମୋଆ ନାମକ ସ୍ଥାନରେ ପତ୍ନୀଙ୍କ ବିବାହ ତାରିଖ ଭୁଲିବା ଏକ ଆଇନଗତ ଅପରାଧ । ଜର୍ମାନୀରେ ପ୍ରାୟ ଅଧିକାଂଶ ଲୋକ ନିଜ ମଟରସାଇକେଲ ଓ କାର୍ରେ ଇନ୍ଧନ ଭର୍ତ୍ତି କରି ରଖନ୍ତି ।ଅଧା ରାସ୍ତାରେ ଇନ୍ଧନ ଶେଷ ହେବା ସେଠାରେ ଅପରାଧ ।