ଆଜୀବନ ବାସନ୍ଦ ପରେ ଆତ୍ମହତ୍ୟା ପାଇଁ ଚିନ୍ତା କରିଥିଲି: ଶ୍ରୀସନ୍ଥ

ଆଜୀବନ ବାସନ୍ଦ ପରେ ଆତ୍ମହତ୍ୟା ପାଇଁ ଚିନ୍ତା କରିଥିଲି: ଶ୍ରୀସନ୍ଥ

ଆଜୀବନ ବାସନ୍ଦ ପରେ ଆତ୍ମହତ୍ୟା ପାଇଁ ଚିନ୍ତା କରିଥିଲି: ଶ୍ରୀସନ୍ଥ
କୋଚି: ଆଇପିଏଲ ୨୦୧୩ ସ୍ପଟ ଫିକ୍ସିଂ ଅଭିଯୋଗରେ ନେଇ ବିସିସିଆଇ ମୋ ଉପରେ ଆଜୀବନ କଟକଣା ଲାଗୁ କରିଥିଲା । ବିସିସିଆଇର ଏଭଳି ନିଷ୍ପତ୍ତି ପରେ ଆତ୍ମହତ୍ୟା ପାଇଁ ମନସ୍ଥ କରିଥିଲି ବୋଲି କହିଛନ୍ତି କେରଳର ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ । ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ପରବର୍ତ୍ତୀ ସମୟରେ ବିସିସିଆଇର ଏହି ଆଜୀବନ ବାସନ୍ଦାଦେଶ ଉପରେ ଲଗାମ ଲଗାଇବା ପରେ ନୂଆ ଜୀବନ ପାଇଥିଲି ବୋଲି ଶ୍ରୀସନ୍ଥ କହିଛନ୍ତି । ଶ୍ରୀସନ୍ଥ କହିଛନ୍ତ, ୨୦୧୩ ଆଇପିଏଲରେ ସ୍ପଟ ଫିକ୍ସିଂ ଅଭିଯେଗା ନେଇ ବିସିସିଆଇ ଉକ୍ତ ବର୍ଷ ଅଗଷ୍ଟରେ ମୋ ଉପରେ ଆଜୀବନ ବାସନ୍ଦ ଲଗାଇଥିଲା । ଫଳରେ କୌଣସି ପ୍ରକାର କ୍ରିକେଟ ଖେଳିବାରୁ ମୁଁ ବଞ୍ଚିତ ହୋଇଥିଲି । ବିସିସିଆଇର ଏହି ବାସନ୍ଦାଦେଶକୁ ନେଇ ମୁଁ ମାନସିକ ଚାପରେ ରହିଥିଲି । ଏପରିକି ଆତ୍ମହତ୍ୟା କରିଦେବା ନେଇ ମନସ୍ଥ କରିଥିଲି । ମୋ ଜୀବନର ସବୁଠାରୁ ଉକ୍ତ ସମୟ କଠିନକର ଥିଲା । ମାନସିକ ଅବସାଦରେ ସମୟ କାଟିବାକୁ ପଡ଼ୁଥିଲା । ଜୀବନ ସହିତ ସଂଘର୍ଷ କରିବାକୁ ପଡ଼ୁଥିଲା । ବଞ୍ଚିବା ଓ ମରିବାକୁ ନେଇ ସବୁବେଳେ ସମୟ କାଟୁଥିଲି । ବିସିସିଆଇ ଏହି ବାସନ୍ଦାଦେଶ ବିରୁଦ୍ଧରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଥିଲି । ୨୦୧୫ ରେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ବିସିସିଆଇର ବାସନ୍ଦାଦେଶ ଉପରେ ଲଗାମ ଲଗାଇଥିଲା । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ବିସିସିଆଇ ପକ୍ଷରୁ ଲଗାଯାଇଥିବା ବାସନ୍ଦାଦେଶକୁ କୋହଳ କରିବା ନେଇ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଉକ୍ତ ନିଷ୍ପତ୍ତି ପରେ ମୁଁ ଆଶ୍ୱସ୍ତି ହୋଇଥିଲି ବୋଲି ଶ୍ରୀସନ୍ଥ କହିଛନ୍ତି । ନିକଟରେ ଆତ୍ମହତ୍ୟା କରିଥିବା ବଲିଉଡ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୋର ଭଲ ସାଙ୍ଗ ଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିହେଉନଥିଲେ ମଧ୍ୟ ପରିସ୍ଥିତି ବେଳେ ବେଳେ ଏଭଳି କରିବାକୁ ବାଧ୍ୟ କରିଥାଏ । ଯାହା ମୋ ସହିତ ଘଟିବାର ସୁଯୋଗ ସୃଷ୍ଟି କରିଥିଲା ବୋଲି ଶ୍ରୀସନ୍ଥ କହିଛନ୍ତି । ଆସନ୍ତା ସେପ୍ଟେମ୍ବରରୁ ବିସିସିଆଇ ପକ୍ଷରୁ ଲଗାଯାଇଥିବା ବାସନ୍ଦାଦେଶ ପୂରଣ ହେବ । ବିସିସିଆଇ ବାସନ୍ଦାଦେଶ ଶେଷ ହେବା ପରେ କ୍ରିକେଟକୁ ଫେରିବା ନେଇ ଆଶା ରଖିଛି ।