ଗୁଣାତ୍ମକ ଶିକ୍ଷାର ମାନ କମିଲାଣି : ସତ୍ୟପ୍ରକାଶ

ଗୁଣାତ୍ମକ ଶିକ୍ଷାର ମାନ କମିଲାଣି : ସତ୍ୟପ୍ରକାଶ

ଗୁଣାତ୍ମକ ଶିକ୍ଷାର ମାନ କମିଲାଣି : ସତ୍ୟପ୍ରକାଶ
ଭୁବନେଶ୍ୱର: ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ୯୬୬ଟି ସ୍କୁଲ ବନ୍ଦ ହେବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ । ସ୍କୁଲ ବନ୍ଦ ହେବା ଘଟଣାକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ଏପରିକି ରାଜ୍ୟ ସରକାର ବେସରକାରୀ ସ୍କୁଲର ଏଜେଣ୍ଟ ସାଜିଥିବା ସତ୍ୟପ୍ରକାଶ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଜଣେ ଶିକ୍ଷକରେ ଅନେକ କ୍ଲାସ ଚାଲୁଛି । ସେଥିରୁ ରାଜ୍ୟରେ ପାଠପଢା କେମିତି ଚାଲିଥିବା ତାହା ସହଜେ ଜଣାପଡ଼ୁଛି । ସେହିପରି ୪୦,୮୦୫ ସ୍କୁଲରେ ବିଜୁଳି ନଥିବାବେଳେ ୪୮,୯୩୬ ସ୍କୁଲରେ କମ୍ପୁ୍ୟଟର ନଥିବା ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ।