ୟୁଜିସିର ନୂତନ ଗାଇଡଲାଇନ୍କୁ ଛାତ୍ର କଂଗ୍ରେସର ଦୃଢ଼ ବିରୋଧ

ୟୁଜିସିର ନୂତନ ଗାଇଡଲାଇନ୍କୁ ଛାତ୍ର କଂଗ୍ରେସର ଦୃଢ଼ ବିରୋଧ

ୟୁଜିସିର ନୂତନ ଗାଇଡଲାଇନ୍କୁ ଛାତ୍ର କଂଗ୍ରେସର ଦୃଢ଼ ବିରୋଧ
ୟୁଜିସିର ନୂତନ ଗାଇଡଲାଇନ୍ ୬ ଜୁଲାଇ ୨୦୨୦ କୁ ଛାତ୍ର କଂଗ୍ରେସ ଦୃଢ଼ ବିରୋଧ କରିବା ସହ ପ୍ରତ୍ୟାହାର ପାଇଁ ଦାବି କରୁଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏବଂ ଓ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ର ମଞ୍ଜୁରୀ ନେଇ ୟୁଜିସି ର ଗତ ଜୁଲାଇ ୬ ତାରିଖ ର ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପରୀକ୍ଷା ପାଇଁ ଆସିଥିବା ନିଷ୍ପତ୍ତି ପିଲା ମାନଙ୍କୁ ମାନସିକ ଚାପ ଦେବା ସହ ଓଡ଼ିଶାର ସରକାର ଙ୍କ ର ଛାତ୍ର ସମାଜ ସହ ଭିନ୍ନ ଭିନ୍ନ ପ୍ରକାରର ନୀତି ଏବଂ ବିଭାଗୀକରଣ ଛାତ୍ର ସମାଜ କୁ ଦ୍ଵନ୍ଦ ଭିତରକୁ ଠେଲି ଦେଇଛି । ୟୁଜିସି ର ଏହି ନୀତି ଧନୀ- ଗରିବ ଛାତ୍ର ବିଭାଜନ, ଅମାନବୀୟ, ଦାୟିତ୍ବହୀନତା, ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ବୋଲି ଛାତ୍ର କଂଗ୍ରେସ ର ମତ। ଶିକ୍ଷା କୁ ବ୍ୟବସାୟ ରେ ପରିଣତ କରିଥିବା କିଛି ଦଲାଲ୍ ଙ୍କ ଚାପ ରେ ମୁଷ୍ଟିମେୟ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ନିଷ୍ପତ୍ତି ବାସ୍ତବ ସ୍ଥିତିଠାରୁ ବହୁ ଦୂରରେ ଏବଂ ଏହା ପ୍ରତି ଭାରତ ସରକାରଙ୍କ ସମର୍ଥନ ପ୍ରମାଣିତ କରୁଛି ଏହା ଶାସକ ଦଳ ର ଶିକ୍ଷା ବ୍ୟବସାୟୀ ବନ୍ଧୁ ମାନଙ୍କ ସ୍ବାର୍ଥ ପାଇଁ ନିଆ ଯାଇଥିବା ନିଷ୍ପତ୍ତି। ଗତ ମାର୍ଚ୍ଚ ମାସରୁ ପରୀକ୍ଷା ହେବ , ହେବ ନାହିଁ, ଏପରି ଭାବରେ ବାରମ୍ବାର ମତ ବଦଳେଇବା, ବାରମ୍ବାର ନୂତନ ଗାଇଡଲାଇନ୍ ଆଣିବା ଛାତ୍ରଛାତ୍ରୀ ଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ସହ ଅଧ୍ୟୟନ ମନୋବଳ କୁ ନଷ୍ଟ କରୁଛି। ଅନେକ ରାଜ୍ୟ ଏହାକୁ ବିରୋଧ କରୁଥିବା ବେଳେ ଓଡିଶା ସରକାରଙ୍କ ଖାମଖିଆଲି ନୀତି ଏବଂ ବିଭାଗୀକରଣ ନୀତି ଆଜି ବିପିୟୁଟି ବିଶ୍ବ ବିଦ୍ୟାଳୟ ର ୨୫୦୦୦ ଛାତ୍ରଛାତ୍ରୀ ଙ୍କ ଭାଗ୍ୟ କୁ ଅନ୍ଧାର କୁ ଠେଲି ଦେଇଛି। ଘରୋଇ କଲେଜ ଗୁଡିକ ପିଲାଙ୍କୁ ଅନଲାଇନ ପରୀକ୍ଷା ଦେବା ପାଇଁ ବାଧ୍ୟ କରୁଛନ୍ତି, ଯେତେବେଳେ ଚାଲାଥିବା ଜ୍ଞକ୍ଟମଳ ଗ୍ଧରଗ୍ଦଗ୍ଧ ସମ୍ପୁର୍ଣ୍ଣ ବିଫଳ ଏବଂ ବିଭିନ୍ନ ଯାନ୍ତ୍ରିକ ତ୍ରୁଟି ର ସମ୍ମୁଖୀନ ଛାତ୍ରଛାତ୍ରୀ ହେଉଛନ୍ତି। ରାଜ୍ୟ ର ମୁଖ୍ୟ ଏବଂ ବିପିୟୁଟି ବିଶ୍ବ ବିଦ୍ୟାଳୟ ର ମୁଖ୍ୟ ଏ ରାଜ୍ୟ ର ରାଜ୍ୟପାଳ ଜଣେ ସାମ୍ବିଧାନିକ ପଦବୀର ଅଧିକାରୀ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ କଥା କୁ ଗୁରୁତ୍ବ ନ ଦେଇ ହୀନ ରାଜନୀତି କରିବା ସହ ଛାତ୍ରଛାତ୍ରୀ ଙ୍କ ଦାବି କୁ ରଖିବା ପାଇଁ ଦେଖା ହେବା ପାଇଁ ୩ ଟି ଅନୁମତି ଦେଇ , ପୁଣି ତାକୁ ପ୍ରତ୍ୟାହାର କରିବା ତାଙ୍କର ଛୋଟ ମାନସିକତା କୁ ପ୍ରମାଣିତ କରୁଛି। ଏ ରାଜ୍ୟ ର ଛାତ୍ରଛାତ୍ରୀ ଙ୍କ ପରିବାର ର କର ରେ ରାଜମହଲ ପରି ସୁଖ ଭିତରେ ରହିଥିବା ରାଜ୍ୟପାଳ ଙ୍କୁ ଯଦି କରୋନା ମହାମାରୀ ର ଭୟ ଅଛି ଛାତ୍ର ସମାଜ କ'ଣ ମଣିଷ ସମାଜ ରୁ ନୁହେଁ କି ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରୁଛି। ସମସ୍ତ ଗଣତାନ୍ତ୍ରିକ ପଦ୍ଧତିରେ ଆମ୍ଭ ର ଚେଷ୍ଟା ବିଫଳ ହେବା ପରେ ଆମ ସ୍ବର କୁ ବାରମ୍ବାର ଚପେଇ ଦେବାକୁ ଚେଷ୍ଟା ହେଉଛି। ସେଥିପାଇଁ ଆମେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଆମର ଶେଷ ଅନୁରୋଧ ପତ୍ର ବିପିୟୁଟି ଛାତ୍ରଛାତ୍ରୀ ଙ୍କ ସୁରକ୍ଷା କୁ ନିଶ୍ଚିତ କରିବା ପାଇଁ ଲେଖୁଛୁ। ଯଦି ଏହି ସମୟ ଭିତରେ ନିଷ୍ପତ୍ତି ର ପୁନଃ ବିଚାର ନ ହୋଇ ନିଷ୍ପତ୍ତି ପରିବର୍ତ୍ତନ ନ ହୁଏ ମୁଁ ରାଜ୍ୟ କଂଗ୍ରେସ ର ସଂଯୋଜକ ଏବଂ ରାଜ୍ୟ ଛାତ୍ର କଂଗ୍ରେସ ର କାର୍ୟ୍ୟକର୍ତ୍ତା ଏବଂ ମୋର ସମର୍ଥକ ରାଜ୍ୟପାଳ ଭବନ ଏବଂ ମୁଖ୍ୟମନ୍ତ୍ରୀ ନିବାସ ଆଗରେ ସମୁହ ଆତ୍ମହୁତି ଦେବୁ।