ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ, ୭୭ ଛୁଇଁଲା ମୃତୁ୍ୟ ସଂଖ୍ୟା

ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ, ୭୭ ଛୁଇଁଲା ମୃତୁ୍ୟ ସଂଖ୍ୟା

ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ, ୭୭ ଛୁଇଁଲା ମୃତୁ୍ୟ ସଂଖ୍ୟା
ଭୁବନେଶ୍ୱର : ଆଉ ୩ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୭୭ରେ ପହଁଚିଛି । ଅପରପକ୍ଷରେ ୨ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଛି । ଡାଇବେଟିସରେ ପୀଡ଼ିତ ଥିବା ଜଣେ ୬୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । ସେହିପରି ଭୁବନେଶ୍ୱରର ଜଣେ ୭୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ଜୀବନ ମଧ୍ୟ ଯାଇଛି । ଅପରପକ୍ଷରେ ଗଞ୍ଜାମର ଜଣେ ୮୬ ବର୍ଷୀୟ ବୃଦ୍ଧ ମଧ୍ୟ କରୋନାରେ ମୃତୁ୍ୟବରଣ କରିଛନ୍ତି । ସେ ହାଇପରଟେନସନରେ ପୀଡ଼ିତ ଥିଲେ । ସେହିପରି ୨ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି । ଜଣେ ରୋଗୀଙ୍କ ବୟସ ୭୨ ବର୍ଷ ହୋଇଥିଲା । ସେ ମସ୍ତିଷ୍କ ଆଘାତରେ ମୃତୁ୍ୟ ବରଣ କରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଖୋର୍ଦ୍ଧାର ଜଣେ ୫୨ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ କରୋନାରୀ ଆର୍ଟେରୀ ରୋଗରେ ପୀଡ଼ିତ ଥିବାରୁ ତାଙ୍କର ମୃତୁ୍ୟ ଘଟିଛି ।