ମା’ମଣିନାଗ ...

ମା’ମଣିନାଗ ...

ମା’ମଣିନାଗ ...
ମା ତୁମେ କଲ୍ୟାଣ ମୟୀ ଜଗତ ଜନନୀ ବିଶ୍ୱ ବ୍ରହ୍ମାଣ୍ଡର ତୁମେ ଭବାନୀ ପାହାଡ ଛାତିରେ ବସି ଅଛ କେଉଁ କାଳୁ ଭକ୍ତଙ୍କର ଦୁଃଖ ଶୁଣି ହୋଇ ଦୟାଳୁ ଝରଣା ଧୁଏ ଚରଣ ତୁମର ମା...ମା ଗୀତ ଗାଏ କୋଇଲିର ସ୍ୱର ଘଣ୍ଟ ହୁଳହୁଳି ଗଗନ ମେଦିନି କମ୍ପଇ ଦୁଆରେ ତୋର ତୁମେ ପରା ରଣପୁର ମା’ମଣିନାଗ ଆଜି ମୋର ଅଭିମାନ ସବୁ ଶୁଣିବ ତୋ ପ୍ରସାଦରେ ଅଛି କେତେ ମହାନ ଅନ୍ଧଲୋକ ଏଠିପାଉ ନୂଆ ଜୀବନ ମା ତୁମ ଚରଣ ତଳେ ମୋ କଥାଟି ରଖିବ ଏ ସଂସାରର ଦୁଃଖିଙ୍କ ଦୁଃଖକୁ ଶୁଣିବ ତୁମ ବିନା ମୋତେ ଲାଗେ ଅନ୍ଧାର ତୁମେ ପାଶେ ଥିଲେ ସବୁ ସ୍ୱପ୍ନ ହୁଏ ସାକାର ତୁମେ ମୋର ମା... ତୁମେ ମୋର ମା... ତୁମେ ମୋର ମା “ତୁମେ ମୋର ମା’ମଣିନାଗ” କବି – ଜିତେନ୍ଦ୍ର କୁମାର ସୁବୁଦ୍ଧି ବେଗୁନିଆ, ଖୋର୍ଦ୍ଧା