ପଂଚାୟତ ସମିତି ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଯାପିତ

ପଂଚାୟତ ସମିତି ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଯାପିତ

ପଂଚାୟତ ସମିତି ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଯାପିତ
ବେଲପଡା(ମନୋଜ କୁମାର ମିଶ୍ର)-ବଲାଙ୍ଗିର ଜିଲ୍ଲା ବେଲପଡା ପଂଚାୟତ ସମିତି ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ୧୩/୧୪ ଦୁଇ ଦିନ ବ୍ୟାପୀ ହୋଇଥିଲାବେଳେ ମଙ୍ଗଳବାର ଥିଲା ଉଦଯାପନୀ ଉତ୍ସବ ।ଅଧ୍ୟାପକ ସୁରେଶ ମହେର ଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସାଂସଦ ସଙ୍ଗୀତା ସିଂ ଦେଓ,ସମ୍ମାନିତ ଅତିଥୀ ଭାବରେ କନକ ବର୍ଦ୍ଧନ ସିଂ ଦେଓ )ପୁର୍ବତନ ବିଧାୟକ ପାଟଣାଗଡ ,ମୁଖ୍ୟ ବକ୍ତା ଭାବ ରେ କବି ଡକ୍ଟର ସଂଜୟ ମିଶ୍ର (ଓଡିଆ ଅଧ୍ୟାପକ କଣ୍ଟାବଂଜୀ ମହାବିଦ୍ୟାଳୟ ),କଲେଜ ଅଧ୍ୟକ୍ଷ ନବିନ କୁମାର ମେହେର,ସାଂସଦ ପ୍ରତିନିଧି ରମା ବଲ୍ଲଭ ପାଣିଗ୍ରାହୀ ,ଜିଲ୍ଲାପରିଷଦ ସଭ୍ୟ ମହେନ୍ଦ୍ର ସେଠ,ଅଧ୍ୟାପକ ମନୋଜ କୁମାର ମହାଖୁଡ ପ୍ରମୁଖ ମଂଚାସୀନ ରହିଥିଲେ । ମୁଖ୍ୟ ବକ୍ତା ଡକ୍ଟର ମିଶ୍ର ତାଙ୍କ ବକ୍ତବ୍ୟ ରେ କୈାଣସି ପରିସ୍ଥିତି ରେ ନିରାଶ ନହେବା ସହ ଆଶାବାଦୀ ହେବା ପାଇଁ ଛାତ୍ରୀ ଛାତ୍ର ଙ୍କୁ କହିବା ସହ ଅସମ୍ଭବ ଭଲି କୈାଣସି ଜିନିଷ ନାହିଁ ସମସ୍ତ ଜିନଷ ସମ୍ଭବ - ଅସମ୍ଭବ ଶବ୍ଦ ଛାତ୍ରୀ ଛାତ୍ର ଙ୍କ ଅଭିଧାନ ରେ ନାହିଁ ବୋଲି ମତ ଦେବା ସହ ମୋବାଇଲ ହ୍ୱାଟସଅପ ,ଫେସ ବୁକ ରୁ ନିଜକୁ ଦୁରେଇ ରଖି ପୁସ୍ତକ ପଠନ ରେ ଏସମୟ ଅତିବାହିତ କରିବା ପାଇଁ କହିଥିଲେ । । ସେହିପରି ମୁଖ୍ୟ ଅତିଥି ଅଧିକାର ଓ କର୍ତବ୍ୟ ପରି ପୂରକ କର୍ତବ୍ୟ ପ୍ରତି ସଚେତନ ହେବା ହିଁ ବ୍ୟକ୍ତି କୁ ଉଚ୍ଚସ୍ଥାନ ରେ ପହଂଚାଇଥାଏ ବୋଲି କହିବା ସାଙ୍ଗେ ଜଳ ସଂରକ୍ଷଣ ,ପ୍ଲାଷ୍ଠିକ ର ବ୍ୟବହାର ବର୍ଜନ ଉପରେ ବିଭିନ୍ନ ଉପଦେଶ ଦେଇଥିଲେ । କଲେଜ ଅଧ୍ୟକ୍ଷ ମେହେର କଲେଜ ର ବାର୍ଷିକ ବିବରଣି ପ୍ରଦାନ କରିଥିଲେ । କଲେଜ ର ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ଶେଷ ରେ ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ଚାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ହୋଇଥିଲା ଅଂଚଳ ର ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତି ଅଭିଭାବକ ଛାତ୍ରୀ ଛାତ୍ର ଏହାକୁ ଉପଭୋଗ କରିଥିଲେ । ଉତ୍ସବ ରେ ବେଲପଡା ଯୁକ୍ତ ଦୁଇ ମହାବିଦ୍ୟାଳୟ ର ସାଂସଦ ପ୍ରତିନିଧି ବିଭୁତିଭୁଷଣ ନାଏକ ,ବୀରବଲ ପ୍ରସାଦ ଜୈନ, ଶୋଭାକର ମହେର, ଟିକେଶ୍ୱର ମେହେର ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇଥିଲେ । କଲେଜ ସମସ୍ତ କର୍ମକର୍ତା ,କର୍ମଚାରୀ ଙ୍କ ସହ ଯୋଗ ରେ ସମସ୍ତ କା୍୍ୟ୭କ୍ରମ ହୋଇଥିଲା ।