ଆବାସ ଯୋଜନା ବାଟବଣା, ଭଙ୍ଗା କୁଡିଆରେ ରହୁଛନ୍ତି ଉଜଲୀ ମାଝୀ ପରିବାର
ଆବାସ ଯୋଜନା ବାଟବଣା, ଭଙ୍ଗା କୁଡିଆରେ ରହୁଛନ୍ତି ଉଜଲୀ ମାଝୀ ପରିବାର
admin
Jan 14, 2020 - 15:10
Updated: Jan 14, 2020 - 15:10
ବେଲପଡା(ମନୋଜ କୁମାର ମିଶ୍ର)-ସରକାର ଗରିବ ମାନଙ୍କ ପାଇଁ ନାନାଦି ଯୋଜନା କରିଛନ୍ତି କିନ୍ତୁ ସରକାରୀ କଳ ର ଉଦାସନିତା ଓ ରାଜନୈତିକ ଦଳ ର ବ୍ୟକ୍ତି ମାନଙ୍କ ଇଚ୍ଛା ଶକ୍ତି ର ଅଭାବ ଯେ୍ାଗୁଁ ଯୋଜନା ତାବାଟ ରେ ଚାଲିଛିିା ଫଲ ରେ ସରକାର ଙ୍କ ଦ୍ୱାରା ପ୍ରୟୋଜିତ ବିଭିନ୍ନ ଯୋଜନା ବାଟବଣା ହୋଇପଡିଛି ।
ଏଭଳି ଏକ ଉଦାହରଣ ବେଲପଡା ବ୍ଲକ ଘାଗୁର୍ଲୀ ଗ୍ରାପ ର ଘଘରା ଗ୍ରାମ ର ଉଜଲିମାଝୀ ଙ୍କ କ୍ଷେତ୍ର ରେ ଗତ ୫ ବର୍ଷ ହେଲା ଉଜଲି ମାଝୀ ଙ୍କ ସ୍ୱାମୀ ନରେନ୍ଦ୍ର ମାଝୀ ଙ୍କ ମୃତ୍ୟୁ ହୋଇଯାଇଛି । ଗରିବ ପରିବାର ଜମିବାଡି ଅଳ୍ପ କିଛି ବର୍ଷ ସାରା ଚଳିବା ପାଇଁ ଚାଉଳ ନିଅଣ୍ଟଣ୍ଟ ସରକାରୀ ଯୋଜନା କିଛି ନାହିଁ ।ଗତ ବର୍ଷ ଲଗାଣ ବର୍ଷା ରେ ଘଘରା ଗ୍ରାମ ରେ ଉଜଲା ଓ ପରିବାର ରହୁଥିବା ମାଟି ଘର ସଂପୁର୍ଣ ଭାଙ୍ଗି ଭୁଷୁଡି ପଡିଛି । ରହିବା ପାଇଁ ଘର ନଥିବାରୁ ଉଜଳା ନିଜ ଗ୍ରାମ ପାଖ ପରତା ଜଙ୍ଗଳ ର ଏକ ଝାଟି ମାଟି କୁଡିଆ ଠାରେ ପଲିିଥିନ ଢାଙ୍କୁ ଦୟନିୟ ଭାବରେ ରହୁଥିବା ଜଣାଯାଏ । ଏହି ବିଷୟ ରେ ଉଜଲା ବାରମ୍ବାର ବିଭାଗୀୟ ଉଚ୍ଚ୍କତୃପକ୍ଷ ରାଜନେତା ,ତହସିଲଦା, ବିଡିଓ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉଜଲା ମାଝି କିନ୍ତୁ କୈାଣସି ଲାଭ ନାହିଁ ।ଖାଲି ତହସିଲ ପ୍ରସାସନ ଖାଲି ଏକ କଲା ପଲିଥିନ ଦେଇ ତାଙ୍କ କର୍ତବ୍ୟ ସାରି ଦେଇଛି । ଏହି ବିଷୟ ରେ ଉଜଲା କୁହନ୍ତି ଯେ ଆରଆଇ ଅଫିସ ରୁ ଜନୈକ ବ୍ୟକ୍ତି ଆସିଥିଲେ ଭୁଷୁଡି ଯାଇଥିବା ଘର ଦେଖି ପଲିଥିøାନ ଖଣ୍ଡିଏ ଦେଲେ ଫଟୋ କଲେ ୫୦୦୦ ଟଙ୍କା ଯୋଗାଡ କର ଘର ମିଳିବ କହିଲେ କିନ୍ତୁ ନିଜ ପେଟ କୁ ଦାନା ଯେଗାଡ କରିବାକୁ ଅସମର୍ଥନ ଉଜଲି କେଉଁଠି ଆଣି ଦେବ ପାଂଚ ହଜାର ? ବିଧବା ଉଜଲି ମାଝି ର ଙ୍କ ପୁଅ ଦେବାନନ୍ଦ ମାଝି (ବିବାହିତ ) ନିଜ ର ପରିବାର ସ୍ତ୍ରୀ ପୁଅ ଝିଅ ଙ୍କୁ ନେଇ ସେ ଦାଦନ ଖଟିବାପାଇଁ ରାଜୂ୍ୟ ବାହାର କୁ ଯାଇଥାଏ ଉଜଳା କୁ ବିଧବା ଭତ୍ତା ବି ମିଳୁ ନାହିଁ ଏହି ବିଷୟ ରେ ସ୍ଥାନୀୟ ରାଜ ନେତା ପ୍ରଶାସନ ଙ୍କୁ ବାରମ୍ବାର ଅବଗତ କରାଇôଥିଲା ପରେ ବି କୈାଣସି ଫଲ ମିଳୂନଥୁିବା କୁହନ୍ତି ଉଜଲା । ଏହି ବିଷୟ ରେ ବେଲପଡା ବିଡିଓ ଭିକ୍ଟର ସେରେଙ୍ଗ ଙ୍କୁି ପଚାରିବାରେ ଏହି ବିଷୟ ରେ ସେ ଅବଗତ ନଥିବା ବେଳେ କେହି ଅଭିଯୋଗ କରିନଥିବା ଓ ସେ ଯାହା ବିହେଉ ସରକାର ଙ୍କ ନିୟମାବଳି ଅନୁଯାୟୀ ୩ ଜଣିଆ ଟିମ କ ଫର୍ମ ରେ ଆବେଦନ କରନ୍ତୁ ଆସନ୍ତା ୩ ମାସ ମଧ୍ୟ ରେ ଆଗ୍ରାଧିକାର ଭିତ୍ତି ରେ ତାଙ୍କୁ ଆବାସ ଯୋଜନା ଯୋଗାଇ ଦିଆଯିବା ସହ ବିଧବା ଭତ୍ତା ଯୋଗାଇ ଦିଆଯିବ ବୋଲି କହିଛନ୍ତିା । ତେବେ ବିଧବା ଉଜଲା ମାଝି ଙ୍କୁ କେବେ ଆବାସ ଯୋଜନା ରେ ପ୍ରସାସନ ସାମିଲ କରିବ ଦେଖିବାକୁ ବାକି ରହିଲା ।