କାରରୁ ୧୦ ଲକ୍ଷ ଟଙ୍କା ଜବତ, ୨ ଗିରଫ

କାରରୁ ୧୦ ଲକ୍ଷ ଟଙ୍କା ଜବତ, ୨ ଗିରଫ

କାରରୁ ୧୦ ଲକ୍ଷ ଟଙ୍କା ଜବତ,  ୨ ଗିରଫ
ରାୟଗଡ଼ା :ଆଗକୁ ଭୋଟ । ଏହି ସମୟରେ ହେବ ଟଙ୍କା କାରବାର । ଟଙ୍କା ଦେଇ ଭୋଟରଙ୍କ ଭୋଟ କିଣାଯିବ । ଆଜି ରାୟଗଡା ଜିଲାରେ ଏକ କାର ମଧ୍ୟରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ନିର୍ବାଚନ ବିଧି ଉଲଂଘନ ମାମଲାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ସୂଚନାଯୋଗ୍ୟ, ରାୟଗଡ଼ାରୁ କେକେ ନଗର ଯାଉଥିବା ଏକ କାରକୁ କତାପେଟା ନିକଟରେ ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ଧରିଥିଲା । ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ଯାଞ୍ଚ ପରେ କାର ମଧ୍ୟରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ଉଭୟଙ୍କୁ ପଚରାଉଚରା ଜାରି ରଖିଥିବା ବେଳେ ଟଙ୍କା କେଉଁଠୁ ଆସିଲା ସେନେଇ ଅଧିକ ଖୋଳତାଡ ଆରମ୍ଭ କରିଛି । ପ୍ରକାଶ ଯେ, ଗତକାଲି ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଯାଞ୍ଚ ବେଳେ ଏକ ଗାଡ଼ିରୁ ୫ଲକ୍ଷ ୩୬ ଟଙ୍କା ଜବତ କରାଯାଇଥିଲା । ଉଭୟ ମାଜିଷ୍ଟ୍ରେଟ ଓ ପୁଲିସ ଏହି ଟଙ୍କାକୁ ଜବତ କରିଥିଲେ । ଏହି ଘଟଣାରେ ଗଜପତି ଜିଲ୍ଲା ବିଜେପି ପ୍ରଭାରୀ ପବିତ୍ର ଦାସଙ୍କ ସହ ୪ ଜଣଙ୍କୁ ପୁଲିସ ଅଟକ ରଖିଥିଲା ।