କଂଗ୍ରେସ ପକ୍ଷରୁ ରାଜୀବ ଜ୍ୟୋତିକୁ ସ୍ୱାଗତ

କଂଗ୍ରେସ ପକ୍ଷରୁ ରାଜୀବ ଜ୍ୟୋତିକୁ ସ୍ୱାଗତ

କଂଗ୍ରେସ ପକ୍ଷରୁ ରାଜୀବ ଜ୍ୟୋତିକୁ ସ୍ୱାଗତ
ଭୁବନେଶ୍ୱର: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ଦିନ ତାମିଲନାଡୁର ଶ୍ରୀପେରୁମ୍ବୁଦୁରୁ ଠାରୁ ବାହାରିଥିବା ୨୮ ତମ ରାଜୀବ ଜ୍ୟୋତି ସଦଭାବନା ଯାତ୍ରାକୁ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ତରଫରୁ ସ୍ୱାଗତ କରିଛନ୍ତି । ଏଥିସହ ଏହାର ନେତୃତ୍ୱ ନେଉଥିବା ଏସଏସ ପ୍ରକାଶମ ଓ ସହଯାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଉପଲକ୍ଷେ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସ୍ୱର୍ଗତ ରାଜୀବ ଗାନ୍ଧୀ ଶାନ୍ତି ଓ ସଦଭାବନାର ପ୍ରତୀକ ଥିଲେ । ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁଁ ସେ ସ୍ୱପ୍ନ ଦେଖିଥିଲେ । ତାଙ୍କ ସ୍ମୃତିକୁ ମନେ ପକାଇବା ପାଇଁ ୨୮ ବର୍ଷ ଧରି ଏହି ଯାତ୍ରା ଆୟୋଜିତ ହେବା ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ସେ କହିଥିଲେ । ଏହି ଜ୍ୟୋତି ଗତକାଲି ସନ୍ଧ୍ୟାରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନେତୃବୃନ୍ଦମାନେ ତାକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ରଜନୀ ମହାନ୍ତି, ଜ୍ୟୋାତିଷ ସାହୁଳ ଦୀପକ ସାହୁ, ଦୀପକ ମହାପାତ୍ର, ଦେଓ ପ୍ରସାଦ, ନାସିକ ଅହମ୍ମଦ ଖାଁ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସତ୍ୟସ୍ମିି ମହାନ୍ତି, କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯାତ୍ରା କଟକ, ଭଦ୍ରକ ଓ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବ । ଏବଂ ୨୦ ତାରିଖ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ଦିନ ନୂଆଦିଲ୍ଲୀ ଠାରେ ସମାପନ ହେବ ।