ଛାଡିଦିଅନ୍ତୁ ଏହି ୩ ଖରାପ ଅଭ୍ୟାସ: ଆବଶ୍ୟକ ନାହିଁ ଜିମ୍ ଯିବା

ଛାଡିଦିଅନ୍ତୁ ଏହି ୩ ଖରାପ ଅଭ୍ୟାସ: ଆବଶ୍ୟକ ନାହିଁ ଜିମ୍ ଯିବା

ଛାଡିଦିଅନ୍ତୁ ଏହି ୩ ଖରାପ ଅଭ୍ୟାସ: ଆବଶ୍ୟକ ନାହିଁ ଜିମ୍ ଯିବା
ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ମଣିଷ ଏତେ ମଗ୍ନ ହୋଇଯାଇଛି ଯେ ତାକୁ ବିଭିନ୍ନ ରୋଗର ସମୁଖୀନ ହେବାକୁ ପଡୁଛି । ଆଜି କାଲି ସମସ୍ତେ ବହୁତ ବଦଭ୍ୟାସ ରଖିଛନ୍ତି ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରେ ଲାଗିଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବଦଭ୍ୟାସ ସମ୍ପର୍କରେ କହିବୁ ଯାହାକୁ ଛାଡିବା ଫଳରେ ଆପଣ ନିଜ ଶରୀରକୁ ଅଧିକ ଶକ୍ତ କରିପାରିବେ । ଅଧିକ ରାତି ପର୍ୟ୍ୟନ୍ତ ଅନିଦ୍ରା ରହିବା ଅନେକ ଲୋକ ବହୁତ ଡେରିରେ ବିଛଣାକୁ ଯାଆନ୍ତି ପୁଣି ବିଛଣାରେ ମଧ୍ୟ ଅନେକ ସମୟ ସ୍ମାର୍ଟଫୋନରେ ବିତାଇଦିଅନ୍ତି । ପ୍ରକୃତରେ ରାତିରେ ଆମ ଶରୀରକୁ ଅଧିକ ବିଶ୍ରାମ ଆବଶ୍ୟକ ହୋଇଥାଏ । କିନ୍ତୁ ଡେରି ରାତି ପର୍ୟ୍ୟନ୍ତ ଚାହିଁବା ଫଳରେ ତା ପରଦିନ ତ ଆଳସ୍ୟରେ କଟିଥାଏ ଏବଂ ଯଦି ଲଗାତାର ଏପରି ଲାଗି ରୁହେ ତେବେ ଆମ ଶରୀର ଅସୁସ୍ଥ ହୋଇଯିବ । ଦୁର୍ବଳ ଲାଗିବ ଏବଂ ଅନେକ ରୋଗ ଶରୀରକୁ ଆକ୍ରାନ୍ତ କରିବ । ଅନିଦ୍ରା ଫଳରେ ରୋଗ ସହିତ ଲଢୁଥିବା ହର୍ମୋନ୍ସ ଦୁର୍ବଳ ହୋଇଯାନ୍ତି । ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନକରିବା ଆଜିକାଲି ଅଧିକାଂଶ ଲୋକ ଠିକ୍ ସମୟରେ ଖାଦ୍ୟ ଖାଆନ୍ତିନାହିଁ । ଆମେ ସକାଳ ଜଳଖିଆ, ଦ୍ୱିପ୍ରହର ଏବଂ ରାତ୍ରି ଭୋଜନ ଠିକ୍ ସମୟରେ କରିବା ଉଚିତ୍ । କୌଣସି ସମୟର ଖାଦ୍ୟ ମିସ୍ କରିବା ଉଚିତ୍ ନୁହେଁ । ଏପରି କରିବା ଫଳରେ ଆମ ଶରୀରର କାର୍ୟ୍ୟପ୍ରଣାଳୀରେ ବାଧା ଉପୁଜିଥାଏ ଏବଂ ଖାଦ୍ୟ ହଜମ ପ୍ରକ୍ରିୟା ଠିକ୍ ରୂପେ କାମ କରିବାରେ ଅସମର୍ଥ ହୋଇଥାଏ । ଆବଶ୍ୟକତାରୁ ଅଧିକ ଚିନ୍ତା କରିବା ଯଦି ଆପଣ ଅଧିକ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଏହାର ଖରାପ ପ୍ରଭାବ ପଡିବ । ଅଧିକ ଚିନ୍ତା ଫଳରେ ମଣିଷର ମସ୍ତିଷ୍କ ଅତ୍ୟନ୍ତ ବ୍ୟସ୍ତ ରହିଥାଏ ଏବଂ ଚିନ୍ତା କରୁଥିବା ବିଷୟ ବ୍ୟତୀତ ଅନ୍ୟ କୌଣସିଥିରେ ଲାଗିନଥାଏ । ଏପରିକି ଖାଇବାକୁ ମଧ୍ୟ ଇଛା ହୋଇନଥାଏ । ଯଦି ପୁରା ଦିନ ଶରୀରରେ ଖାଦ୍ୟ ଠିକ୍ ରୂପେ ପହଞ୍ଚିବନି ତେବେ ଶରୀରର ଗ୍ରୋଥରେ ସମସ୍ୟା ଦେଖାଯିବ । ଏବଂ ତା ପରେ ବିଭିନ୍ନ ରୋଗ ଶରୀରକୁ ଆକ୍ରାନ୍ତ କରିବେ ।