କିଟୋ ଡାଏଟ୍‌

କିଟୋ ଡାଏଟ୍‌

କିଟୋ ଡାଏଟ୍‌
‘କିଟୋ ଡାଏଟ୍‌’ ପରେ ବଲିଉଡ଼ ତାରକାମାନେ ଏବେ ଅନ୍ୟ ଏକ ପ୍ରକାରର ଖାଦ୍ୟପାନୀୟ ତାଲିକାରେ ନିଜକୁ ସାମିଲ କରିଛନ୍ତି । ନୂତନ ଧରଣର ଏଇ ପ୍ରଣାଳୀରେ ନାମ ‘ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ’ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ୩-୪ ମାସ ମଧ୍ୟରେ ଏହି ପ୍ରକ୍ରିୟାରେ ଜଣେ ବ୍ୟକ୍ତିର ଓଜନ ହ୍ରାସ ପାଇଥାଏ । ଦିନେ ଛଡ଼ା ଦିନେ ଉପବାସ କରିବା ହିଁ ପ୍ରମୁଖ ନିୟମ । ଉପବାସ ରହିବା ଦ୍ୱାରା ଆମ ଯକୃତରେ ଏକ ବିଶେଷ ଧରଣର ପ୍ରୋଟିନ ପ୍ରସ୍ତୁତ ହୋଇଥାଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଖୁବ୍ ସହାୟକ । ସିଡନୀ ବିଶ୍ୱବିଦ୍ୟାଳୟରେ ଗବେଷକ ସମୂହ ମୂଷାଙ୍କ ଉପରେ ଏଇ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ ପ୍ରୟୋଗ କରିବା ପରେ ସମାନ ତଥ୍ୟ ପ୍ରକାଶ କରିଛନ୍ତି ଦିନେ ଛଡ଼ା ଦିନେ ଉପବାସ କରିବା ଦ୍ୱାରା ତାହା ବରଂ ଶରୀରକୁ ଶକ୍ତି ଯୋଗାଇଥାଏ । ୨୫-୪୫ ବର୍ଷ ବୟସର ଲୋକ ଏଇ ଉପାୟରେ ନିଜ ଓଜନ କମ୍ କରିପାରିବେ । ବୟସ୍କ ପିଢ଼ି ଏସବୁ ପ୍ରଣାଳୀକୁ ଆପଣେଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବାର ଭୟ ରହିଛି । ଉପବାସ ସମୟରେ ଆବଶ୍ୟକ ପରିମାଣରେ ପାଣି ପିଇବା ଜରୁରୀ । ନଚେତ୍ ଏହି ଉପବାସର ନକାରାତ୍ମକ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିବାର ଭୟ ରହିଛି ।