ଭୁବନେଶ୍ୱରରେ ଅମାନିଆଙ୍କ ଠାରୁ ୨୦ ଲକ୍ଷ ୫୪ ହଜାର ଜୋରିମାନା ଆଦାୟ

ଭୁବନେଶ୍ୱରରେ ଅମାନିଆଙ୍କ ଠାରୁ ୨୦ ଲକ୍ଷ ୫୪ ହଜାର ଜୋରିମାନା ଆଦାୟ

ଭୁବନେଶ୍ୱରରେ ଅମାନିଆଙ୍କ ଠାରୁ  ୨୦ ଲକ୍ଷ ୫୪ ହଜାର ଜୋରିମାନା ଆଦାୟ
ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହର ସମସ୍ତଙ୍କ ଟେନସନ ବଢାଇ ଦେଇଛି । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଲକଡାଉନ ଜାରି ରହିଛି । ସାରା ରାଜ୍ୟରେ ଏହାକୁ କଡ଼ାକଡ଼ା ପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇ ଯାଞ୍ଚକୁ କଡ଼ାକଡ଼ି କରୁଛନ୍ତି । ଯେଉଁମାନେ କରୋନା କଟକଣାକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ଅମାନିଆଙ୍କ ଠାରୁ ୨୦ ଲକ୍ଷ ୫୪ ହଜାର ଜୋରିମାନା ଆଦାୟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଲକଡାଉନ ମେ ୫ରୁ ୧୮ ତାରିଖ ମଧ୍ୟରେ ଏହିଂ ଜୋରିମାନା ଆଦାୟ କରାଯାଇଛି । ମାସ୍କ ନପିନ୍ଧିବା ଓ ସାମାଜିକ ଦୂରତା ନମାନିବାରୁ ଏହି ଜୋରିମାନା ଆଦାୟ କରାଯାଇଛି । ୨୨ ହଜାର ୩୬୦ ଜଣଙ୍କୁ ଜୋରିମାନା କରାଯାଇଥିବା ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।