୧୦୦ ଟଙ୍କାରେ କରୋନା ଆଣ୍ଟିଜେନ ପରୀକ୍ଷା

୧୦୦ ଟଙ୍କାରେ କରୋନା ଆଣ୍ଟିଜେନ ପରୀକ୍ଷା

୧୦୦ ଟଙ୍କାରେ କରୋନା ଆଣ୍ଟିଜେନ ପରୀକ୍ଷା
ଭୁବନେଶ୍ୱର:ଏଥର ଯେ କେହି କରାଇ ପାରିବ ନିଜର କରୋନା ଆଣ୍ଟିଜେନ ପରୀକ୍ଷା ସ୍ୱଳ୍ପ ସୁଲ୍ଲଭ ମୂଲ୍ୟରେ। ସରକାରୀ ହେଉ ବା ବେସରକାରୀ ଏହି ପରକ୍ଷା ପାଇଁ ମାତ୍ର ୧୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏହି ୧୦୦ ଟଙ୍କା ମଧରେ GST (ଗୁଡ୍ସ ଆଣ୍ଡ ସର୍ଭିସ ଟାକ୍ସ ) ଅନ୍ତର୍ଭୂକ୍ତ ଅଟେ।ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଏହି ମୂଲ୍ୟ ଠାରୁ କୌଣସି ଘରୋଇ ପରୀକ୍ଷାଗାର ଅଧିକ ମୂଲ୍ୟ ନେଇପାରିବେ ନାହିଁ।ରାଜ୍ୟର ସମସ୍ତ ଘରୋଇ ପରୀକ୍ଷାଗାର ଭୁବନେଶ୍ୱର ଆର ଏମ ଆର ସି ତତ୍ୱାବଧାନରେ ଆଇ ସି ଏମ ଆର ନୀତିନିୟମ ଅନୁଯାୟୀ ଆଣ୍ଟିଜେନ ପରୀକ୍ଷା କରିବେ।ପୂର୍ବରୁ ଘରୋଇ ପରୀକ୍ଷାଗାର ଗୁଡିକ ଆଣ୍ଟିଜେନ ପରୀକ୍ଷା ପାଇଁ ମନଇଚ୍ଛା ଆର୍ଥ ନେଇ ସାଧାରଣ ଲୋକଙ୍କୁ ଶୋଷଣ କରୁଥିବାର ବହୁ ଅଭିଯୋଗ ଆସୁଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ପଦକ୍ଷେପ ସାଧାରଣ ଲୋକଙ୍କ ମଧ୍ୟରେ ଆସ୍ୱସ୍ତି ଆଣି ଦେଇଛି।