ସାନ ଭାଇକୁ ହାଣିଲା ବଡ଼ ଭାଇ

ସାନ ଭାଇକୁ ହାଣିଲା ବଡ଼ ଭାଇ

ସାନ ଭାଇକୁ ହାଣିଲା ବଡ଼ ଭାଇ
ପାରାଦୀପ :ପାରିବାରିକ କହଳ ରୁ ଆଜି ଜଣଙ୍କ ଜୀବନ ଚାଲିଯାଇଛି ।ସାନ ଭାଇକୁ ତା ନିଜ ବଡ଼ ଭାଇ ଭୁଜାଲିରେ ହାଣି ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପରେ । ପାରାଦୀପ ନୂଆବଜାର କଲୋନୀରେ ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ କଳି ହୋଇଥିଲା । ସେଥିରେ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ ସାନ ଭାଇକୁ ତା ନିଜ ବଡ଼ ଭାଇ ଭୁଜାଲିରେ ହାଣି ଦେଇଛି । ଗୁରୁତର ଅବସା୍ଥରେ ପୋର୍ଟ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ନୂଆବଜାର କଲୋନୀରେ ଚାଞ୍ଚଲ୍ୟ ଖେଳିଯାଇଛି । କିନ୍ତୁ କଳି ଓ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସହ ତିନିଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।