ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ପୁତ୍ର ତଥା ପିସିସି ସାଧାରଣ ସଂପାଦକ ମନୋଜ ଜେନାଙ୍କ ପ୍ରତିକ୍ରିୟା

ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ପୁତ୍ର ତଥା ପିସିସି ସାଧାରଣ ସଂପାଦକ ମନୋଜ ଜେନାଙ୍କ ପ୍ରତିକ୍ରିୟା
କେତେକ ଗଣମାଧ୍ୟମରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ପୁତ୍ର ତଥା ପିସିସି ସାଧାରଣ ସଂପାଦକ ଶ୍ରୀ ମନୋଜ ଜେନା ବିଜେଡ଼ିରେ ଯୋଗଦେବା ନେଇ ଖବର ପ୍ରକାଶିତ ହେବାପରେ ଶ୍ରୀ ମନୋଜ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମରେ ଏହି ସମ୍ବାଦ ପରିବେଷଣ ହୋଇଛି ତାହା ଅମୂଳକ, ମିଥ୍ୟା ଓ କପୋଳକଳ୍ପିତ । କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ତଥା ବିରୋଧି ରାଜନୈତିକ ଦଳର ଏହି କାର୍ଯ୍ୟ ବୋଲି ଶ୍ରୀ ମନୋଜ ଜେନା ଅଭିଯୋଗ କରିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ ତାଙ୍କର ପିତା ଜୟଦେବ ଜେନା କଂଗ୍ରେସ ଦଳରେ ମନ୍ତ୍ରୀ, ଦୁଇଥର ପିସିସି ସଭାପତି ଓ ଅଖିଳ ଭାରତ କଂଗ୍ରେସ କମିଟିରେ କର୍ମକର୍ତା ରହିଛନ୍ତି । ତାଙ୍କର ସ୍ୱର୍ଗତ ଭ୍ରାତା ସଂଗ୍ରାମ କେଶରୀ ଜେନା ମଧ୍ୟ ପ୍ରଦେଶ ଯୁବ କଂଗ୍ରେସର ସଭାପତି, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଏବଂ କଂଗ୍ରେସ ପକ୍ଷରୁ ଭଦ୍ରକ ଲୋକସଭା ଆସନରେ ୨୦୧୪ ମସିହାରେ ପ୍ରାର୍ଥୀ ହୋଇଥିଲେ । 
ସୁତରାଂ କଂଗ୍ରେସ ଦଳର ସେ ଜଣେ ଶୃଙ୍ଖଳିତ କର୍ମୀ ଏବଂ କଂଗ୍ରେସ ଦଳ ପ୍ରତି ଓ ଗାନ୍ଧୀ ପରିବାର ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି । ସେ କଂଗ୍ରେସ ଦଳ ଛାଡ଼ିବେ ନାହିଁ ବା ଆଗକୁ ଦଳ ଛାଡ଼ିବାର ନିଷ୍ପତି ମଧ୍ୟ ନାହିଁ । ଆନନ୍ଦପୁର ଆସନରୁ କଂଗ୍ରେସ ଦଳ ପକ୍ଷରୁ ତାଙ୍କର ପିତା ତଥା ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ୨୦୨୪ ନିର୍ବାଚନରେ ପ୍ରତିଦ୍ୱିନ୍ଦିତା କରିବେ । ତାଙ୍କୁ ସମର୍ଥନ କରିବାପାଇଁ କର୍ମୀ ଓ ଶୁଭେଛୁ ମାନଙ୍କୁ ଶ୍ରୀ ମନୋଜ ଜେନା ନିବେଦନ କରିଛନ୍ତି ।