ଏଟିଏମ୍‌ରୁ ୩୦ ଲକ୍ଷ ଟଙ୍କା ଚୋରି

ଏଟିଏମ୍‌ରୁ ୩୦ ଲକ୍ଷ ଟଙ୍କା ଚୋରି

ଏଟିଏମ୍‌ରୁ ୩୦ ଲକ୍ଷ ଟଙ୍କା ଚୋରି
ଯାଜପୁର : ଯାଜପୁର ସହର ଅମ୍ବିକାୟୀ ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ମୁଖ୍ୟ ଗେଟ ତାଲା ଭାଙ୍ଗି ପ୍ରାୟ ୩୦ ଲକ୍ଷ ଟଙ୍କା ଚୋରିକରି ନେଇଥିବା ବ୍ୟାଙ୍କର କର୍ମଚାରୀମାନେ କହିଛନ୍ତି। ଏ ନେଇ ମଙ୍ଗଳବାର ସକାଳେ ଜଣାପଡ଼ିବା ପରେ ବ୍ୟାଙ୍କ କର୍ମଚାରୀମାନେ ଯାଜପୁର ଥାନାରେ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଦୁର୍ବୃତ୍ତଙ୍କୁ ଖୁବ୍‌ଶୀଘ୍ର ଧରିବା ପାଇଁ ଉଦ୍ୟମ ଜାରିରହିଥିବା ଥାନା ଅଧିକାରୀ କହିଛନ୍ତି । ଅଧିକ ତଦନ୍ତ ପାଇଁ ବ୍ୟାଙ୍କ ପକ୍ଷରୁ ସାଇଣ୍ଟିଫିକ୍‌ ଟିମଙ୍କୁ ଡକାଯାଇଛି। ଯାଜପୁର ଏସ୍‌ପି ଚରଣ ସିଂ ମିନା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଘଟଣାର ତଦନ୍ତ କରୁଛନ୍ତି।