ଗେଷ୍ଟଙ୍କୁ ଏମିତି ଉପହାର ଦେଲେ ସିଦ୍ଧାର୍ଥ-କିଆରା
ଗେଷ୍ଟଙ୍କୁ ଏମିତି ଉପହାର ଦେଲେ ସିଦ୍ଧାର୍ଥ-କିଆରା
ମୁମ୍ବାଇ: ଗତ ୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସେଲିବ୍ରିଟି କପଲ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନୀ । ଜୈଶଲମେରର ସୁର୍ଯ୍ୟଗଡ଼ ପ୍ୟାଲେସରେ ରାଜକୀୟ ଠାଣିରେ ହୋଇଥିଲା ଏହି ଗ୍ରାଣ୍ଡ ବିବାହର ଆୟୋଜନ । ବିବାହ ପରେ କିଆରାଙ୍କର ଦିଲ୍ଲୀଠାରେ ସାନଦାର ସ୍ୱାଗତ କରିଥିଲେ ଶାଶୁଘର ଲୋକେ । ଏବେ ଏହି ସେଲିବ୍ରିଟି କପଲ ମୁମ୍ବାଇ ଅଭିମୁଖେ, ଯେଉଁଠାରେ ସେମାନେ ଫିଲ୍ମ ଇଣ୍ଡଷ୍ଟ୍ରିର କଳାମାର ବନ୍ଧୁମାନଙ୍କ ପାଇଁ ରିଶେପସନ ପାର୍ଟିର ଆୟୋଜନରେ ଲାଗି ପଡ଼ିଛନ୍ତି । ଏହିସବୁ ଭିତରେ ଦୁହିଁଙ୍କ ବିବାହକୁ ନେଇ କିଛି କଥା ଭାଇରାଲ ହେବାରେ ଲାଗିଛି, ଏହି ନବ ବିବାହିତ ଯୋଡ଼ି ନିଜ ବିବାହ ଉପଲକ୍ଷେ ଗେଷ୍ଟଙ୍କୁ ଦେଇଥିବା ଉପହାର । ଆସନ୍ତୁ ଜାଣିବା ସେ ଉପହାର ବିଷୟରେ...
ସିଦ୍ଧାର୍ଥ ଓ କିଆରା ନିଜ ୱେଡ଼ିଂ ଶେରିମନି ଉପଲକ୍ଷେ, କେବଳ ଅନ୍ତରଙ୍ଗ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ । ଏଠାରେ ନୂଆ ବିବାହିତ ଏହି କପଲ ଗେଷ୍ଟ ମାନଙ୍କୁ ଗୋଟିଏ କାଡର଼୍ ଗିପ୍ଟ କରିଥିଲେ । ଯେଉଁ କାଡର଼୍ରେ ଏହି ନବବିବାହିତ ଯୋଡ଼ି ନିଜର ସ୍ମୃତି ସାଉଁଟିବା କଥା କହିଛନ୍ତି । ଏହି କାଡର଼୍ ରେ ଲେଖାଥିଲା, ‘ଆମ ବାହାଘର ଦିନର ଖୁସିରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ଆମେ ବହୁତ ଭାଗ୍ୟବାନ ଯେ, ଆମ ପାଖରେ ଏମିତି ପରିବାର ଓ ସାଙ୍ଗମାନେ ଅଛନ୍ତି । ଯେଉଁମାନେ ବହୁତ ଦୂରରୁ ଆମ ବାହାଘର ଖୁସିରେ ଯୋଗ ଦେବାକୁ ଆସିଛନ୍ତି । ଦୟାକରେ, ସମସ୍ତେ ଆମ ସହିତ ଖାଆନ୍ତୁ, ପିଅନ୍ତୁ ଓ ଡ୍ୟାନ୍ସ ମାଧ୍ୟମରେ ଏହି ଗ୍ରାଣ୍ଡ ନାଇଟକୁ ସେଲିବ୍ରେଟ କରନ୍ତୁ । କାରଣ ବିବାହିତ ଭାବରେ ଆଜିର ରାତି ଆମ ପାଇଁ ପ୍ରଥମ ରାତି । ଆପଣଙ୍କର ପ୍ରିୟ କିଆରା ଓ ସିଡ଼୍ ।’ ଏହି ଚିଠିରେ ଡ଼ିଜାଇନରେ ଲେଖାହେବା ସହିତ କଷ୍ଟୋମାଇଜ ହୋଇଥିବା ମହମ ସିଲ ଷ୍ଟାମ୍ପ ମଧ୍ୟ ମରାଯାଇଥିଲା । ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।




admin 