ପିଅନ୍ତୁ ବିଟ୍‌ ରସ, ରୁହନ୍ତୁ ଫିଟ୍‌

ପିଅନ୍ତୁ ବିଟ୍‌ ରସ, ରୁହନ୍ତୁ ଫିଟ୍‌

ପିଅନ୍ତୁ ବିଟ୍‌ ରସ, ରୁହନ୍ତୁ ଫିଟ୍‌


ଭୁବନେଶ୍ୱର: ସକାଳୁ ଉଠିବା ମାତ୍ରେ ଅଧିକାଂଶ ଲୋକଙ୍କର ଅଭ୍ୟାସ ପାଣି ପିଇବା । ପାଣି ପିଇବା ଦ୍ୱାରା ଆମର ପାଚନକ୍ରିୟା ସଠିକ ଭାବରେ ହୋଇଥାଏ । ତେବେ ଖାଲି ପାଣି ପିଇବା ଅପେକ୍ଷା ପ୍ରତିଦିନ ସକାଳେ ପିଅନ୍ତୁ ଅଧା କପ୍‌ ବିଟ୍‌ ରସ । ପ୍ରତିଦିନ ସକାଳେ ଅଧକପ ବିଟ୍‌ ରସ ପିଇଲେ ଅନେକ ଉପକାର ମିଳିଥାଏ । 

 - ବିଟ୍‌ ରସ କୋଲେଷ୍ଟ୍ରୋଲସ୍ତର ହ୍ରାସ କରିଥାଏ । ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ । 

 - ବିଟ୍‌ ରସ ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ସ୍ୱାଭାବିକ କରିଥାଏ । ଏହାଦ୍ୱାରା ଉଚ୍ଚରକ୍ତଚାପ ଓ ଡାଇବେଟିସ୍‌ ସମସ୍ୟାରୁ ମୁକ୍ତି ମିଳେ । 

 - ବିଟରେ ଭରିରହିଥାଏ ଭିଟାମିନ୍‌ ସି, ଭିଟାମିନ୍‌-ବି-୬ ଯାହା କର୍କଟ ରୋଗ ଆଶଙ୍କା କମ୍‌ କରିଥାଏ । 

 - ସେହିପରି ବିଟ୍‌ ରସରେ ପ୍ରଚୁର ମାତ୍ରାରେ ପୋଟାସିୟମ୍‌, ଫସଫରସ୍‌ ଆଦି ରହିଥାଏ । ଏହା ସ୍ମୃତିଶକ୍ତି ବଢ଼ାଇବା ସହିତ ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି କରେ ।