ଓଡ଼ିଶାକୁ ୩୩୩୮ କୋଟି ଫୋନି ସହାୟତା

ଓଡ଼ିଶାକୁ ୩୩୩୮ କୋଟି ଫୋନି ସହାୟତା

ଓଡ଼ିଶାକୁ ୩୩୩୮ କୋଟି ଫୋନି ସହାୟତା
ଭୁବନେଶ୍ୱର: ଓଡ଼ିଶାକୁ ଫୋନି ସହାୟତା ଦେଲେ କେନ୍ଦ୍ର ସରକାର । ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟି ଟଙ୍କାର ସହାୟତା ରାଶି । ଫୋନି ପରବର୍ତ୍ତୀ ଥଇଥାନ ପାଇଁ କେନ୍ଦ୍ର ସରକାର ଏହି ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ଓଡ଼ିଶାକୁ ଫୋନି ପାଇଁ ଅଗ୍ରୀମ ୩୪୦ କୋଟି ଟଙ୍କା ମିଳିଥିଲା । ପରେ ପ୍ରଧାନମନ୍ତ୍ରୀ ଆସି ଆଉ ୧ ହଜାର କୋଟି ଟଙ୍କାର ସହାୟତା ନେଇ ଘୋଷଣା କରିଥିଲେ । ଓଡ଼ିଶା ସମେତ ଅନ୍ୟ ୨ ରାଜ୍ୟକୁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି । ଓଡ଼ିଶା, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ପାଇଁ ମୋଟ ୪୪୩୨ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ମରୁଡ଼ି କ୍ଷତିଗ୍ରସ୍ତ କର୍ଣ୍ଣାଟକ ପାଇଁ ୧୦୨୯ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହିମାଚଳ ପାଇଁ ୬୪.୪୯ କୋଟି ଘୋଷଣା କରାଯାଇଛି । ଫୋନି ପ୍ରଭାବରେ ରାଜ୍ୟର ପୁରୀ ସମେତ କିଛି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ଫୋନି ବାତ୍ୟାର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟରେ ୨୪,୧୭୬ କୋଟି ଟଙ୍କାର କ୍ଷତି ଦର୍ଶାଯାଇଥିଲା । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ ମାସ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଫୋନି ଦ୍ୱାରା ଓଡ଼ିଶାରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ ଅନେକସ୍ଥାନରେ ଘର ଭୁଷୁଡ଼ିଥିଲା । ଏହା ସହ ଗଛ ଓ ବିଦ୍ୟୁତ ପୋଲ ଭାଙ୍ଗିଯାଇଥିଲା ।