ଓଲଟିଲା ମା' ସମଲେଇ ବସ୍

ଓଲଟିଲା ମା' ସମଲେଇ ବସ୍

ଓଲଟିଲା ମା' ସମଲେଇ ବସ୍

ଢେଙ୍କାନାଳ: ଢେଙ୍କାନାଳରେ ଓଲଟିଲା ମା' ସମଲେଇ ବସ୍ । ବଣସିଂହ ନିକଟସ୍ଥ ପାଟରାଣୀ ନିକଟରେ ମାଆ ସମଲେଇ ବସଟି ଭାରସାମ୍ୟ ହରାଇ ଓଲଟି ପଡିଛି । ବସରେ ୪୦ରୁ ଅଧିକ ଯାତ୍ରୀ ରହିଥିଲେ । ବସ ଓଲଟି ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।


ସୂଚନା ଅନୁସାରେ ଢେଙ୍କାନାଳରୁ ୪୦ରୁ ଅଧିକ ଯାତ୍ରୀ ନେଇ ବସଟି ବଣସିଂହ ଅଭିମୁଖେ  ଯାଉଥିଲା । ବସରେ ଆବଶ୍ୟକତାଠୁ ଅଧିକ ଯାତ୍ରୀ ଥିବାରୁ ବସଟି ଭାରସାମ୍ୟ ହରାଇ ଦିନ ୧ଟା ସମୟରେ ଓଲଟି ପଡିଥିବା କୁହାଯାଉଛି । ଆହତ ହୋଇଥିବା ଲୋକମାନଙ୍କୁ ସେଠାରୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଦୁଇ ଜଣ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା  ମିଳିଛି ।