କଂଗ୍ରେସ ଭବନରେ ଗଣ୍ଡଗୋଳ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ।

କଂଗ୍ରେସ ଭବନରେ ଗଣ୍ଡଗୋଳ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ।

କଂଗ୍ରେସ ଭବନରେ ଗଣ୍ଡଗୋଳ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ।
କଂଗ୍ରେସ ଭବନରେ ଗଣ୍ଡଗୋଳ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ୫ରୁ ୬ ଜଣ ଯୁବ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ କରାଯାଇଛି । ଶୃଙ୍ଖଳା କମିଟି ବୈଠକ ପରେ କମିଟି ମୁଖ୍ୟ ରଞ୍ଜୀବ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗଣ୍ଡଗୋଳ କରିଥିବା ନେତା ଓ କର୍ମୀଙ୍କ ଚିହ୍ନଟ ସରିଛି । ରିପୋର୍ଟ ପ୍ରସ୍ତୁତ କରି ଏଆଇସିସି ନିକଟକୁ ପଠାଯିବ । ଯିଏ କଂଗ୍ରେସ ପାଇଁ କାମ କରିବ ଆସ, ନହେଲେ ଗେଟ ବାହାରେ ରୁହ । ଏପରି ଗଣ୍ଡଗୋଳକୁ ବରଦାସ୍ତ କରାଯିବନି ବୋଲି ଶୃଙ୍ଖଳା କମିଟି ମୁଖ୍ୟ ରଞ୍ଜୀବ ବିଶ୍ୱାଳ କହିଛନ୍ତି । ପବିତ୍ର ଶ୍ରୀଗୁଣ୍ଡିଚାରେ କଂଗ୍ରେସ ଭବନରେ ଯୁବନେତାମାନେ ଧସ୍ତାଧସ୍ତି ହୋଇଥିଲେ । ଯୁବ କଂଗ୍ରେସ ସଭାପତିଙ୍କୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ, ପୁଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା । ନିକଟରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ଡକ୍ଟର ସ୍ମୃତିରଂଜନ ଲେଙ୍କାଙ୍କୁ ନିଯୁକ୍ତ କରାଯାଇଥିଲା । ତେବେ ତାଙ୍କୁ ବିରୋଧ କରି ପବିତ୍ର ଶ୍ରୀଗୁଣ୍ଡିଚାରେ କେତେକ ଯୁବକ କଂଗ୍ରେସ ଭବନ ଫାଟକରେ ତାଲା ପକାଇଥିଲେ । ଅପରପକ୍ଷରେ ସ୍ମୃତିଙ୍କ ସମର୍ଥକମାନେ ତାଲା ଭାଙ୍ଗି କଂଗ୍ରେସ ଭବନରେ ପ୍ରବେଶ କରିଥିଲେ । ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ପୁଲିସର ହସ୍ତକ୍ଷେପ ଫଳରେ ସ୍ଥିତି ସ୍ୱାଭାବିକ ହୋଇଥିଲା।