କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନା ଟିକା ନେଇଛନ୍ତି । ବିଧାନସଭା ଡିସପେନସେରୀରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ସୂଚନା ମିଳିଛି । ସେ ଆଜି ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଞ୍ଚିଥିଲେ। ସେଠାରେ ସେ ପ୍ରଥମେ କରୋନା ଟିକା ନେଇଥିଲେ। ସୂଚନାନୁଯାୟୀ, ଆଜିଠାରୁ ୬୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିମାନଙ୍କୁ କୋଭିଡ ଟିକା ଦିଆଯିବ। ତେବେ ବରିଷ୍ଠ ନାଗରିକଙ୍କ ବ୍ୟତୀତ ଅନ୍ୟ ଗୁରୁତର ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ୍ଵ ରୋଗୀମାନଙ୍କୁ ମଧ୍ୟ ଟିକା ଦିଆଯିବ। ଏଥିପାଇଁ କୋଭିନ୍ ୨.୦ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ। ସେହିପରି ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମଧ୍ୟ ଆସି କରୋନା ଟିକା ନେଇଛନ୍ତି । ଆଜି ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ଭ୍ୟାକ୍ସିଂନ ର ପ୍ରଥମ ଡୋଜ ନେଇଛନ୍ତି । ନୂଆଦିଲ୍ଲୀର ଏମ୍ସରେ ଭ୍ୟାକ୍ସିଂନ ର ପ୍ରଥମ ଡୋଜ ନେବା ପରେ ଦେଶର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ କୋଭିଡ-୧୯ ଭ୍ୟାକ୍ସିଂନ ନେଇ ଦେଶକୁ କୋରନା ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି ।