ଜମ୍ମୁ କାଶ୍ମୀର ଏନକାଉଣ୍ଟର ମାମଲା : ପାକିିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତର ସମନ

ଜମ୍ମୁ କାଶ୍ମୀର ଏନକାଉଣ୍ଟର ମାମଲା : ପାକିିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତର ସମନ

ଜମ୍ମୁ କାଶ୍ମୀର ଏନକାଉଣ୍ଟର ମାମଲା : ପାକିିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତର ସମନ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ନିହତ ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନର ସମ୍ପୃକ୍ତି ମିଳିବା ପରେ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସମନ କରିଛି ଭାରତ । ଗୁରୁବାର ନାଗୋର୍ଟାରେ ଘଟିଥିବା ଏନକାଉଣ୍ଟରରେ ୪ ଜଣ ଜୈସଏ ମହମ୍ମଦ ଆତଙ୍କୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ । ମୃତ ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଆତଙ୍କୀଙ୍କ ନିକଟରୁ ୱାୟାରଲେସ ସେଟ, କପଡା ଏବଂ ଔଷଧ ଜବତ କରାଯାଇଥିଲା । ଏହି ସମସ୍ତ ସାମଗ୍ରୀ ଲାହୋର ଏବଂ ଖାଇବର ପଖତୁନରୁ କିଣାଯାଇଥିବା ନେଇ ସୂଚନା ମିଳିବା ପରେ କଡା ପ୍ରତକ୍ରିୟା ପ୍ରକାଶ କରିଛି ଭାରତ । ଶନିବାର ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସମନ କରିଛନ୍ତି ଭାରତ ସରକାର । ଏହା ସହିତ ଆଗାମୀ ସମୟରେ ଏଭଳି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏନଏସଏ ଅଜିତ ଡୋଭାଲ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ବୈଠକ କରିଥିଲେ ମୋଦି । ନିହତ ଜୈସ ଆକ୍ରମଣକାରୀଙ୍କ ନିକଟରୁ ୧୧ଟି ଏକେ ରାଇଫଲ୍, ୩ ପିସ୍ତଲ , ୨୯ଟି ଗ୍ରେନେଡ ଏବଂ ୬ଟି ବିଜିଏଲ ଗ୍ରେନେଡ ଉଦ୍ଧାର କରାଯାଇଥିଲା ।