ଦକ୍ଷିଣ ଓଡିଶାରେ ଫନି ପ୍ରଭାବ
ଦକ୍ଷିଣ ଓଡିଶାରେ ଫନି ପ୍ରଭାବ
admin
Apr 28, 2019 - 08:11
Updated: Apr 28, 2019 - 08:11
ଭୁବନେଶ୍ୱର: ଘୂର୍ଣ୍ଣିବାତ୍ୟା ‘ଫନି’ର ପ୍ରଭାବ ଓଡ଼ିଶାରେ ପଡ଼ିବନି ବୋଲି ପୂର୍ବରୁ କୁହାଯାଉଥିଲେ ହେଁ ଏହାର କିଛିଟା ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡ଼ିବ । ଏନେଇ ସୂଚନା ଦେଇଛନ୍ତି ଡୁ୍ୟଟି ଅଫିସର ଡି.ଏମ ମହାପାତ୍ର । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୩୦ ତାରିଖ ସୁଦ୍ଧା ଅତିପ୍ରବଳ ବାତ୍ୟାର ରୂପ ନେବ ‘ଫନି’ । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳରେ ୨ରୁ ୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ପରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ସମୁଦ୍ରରେ ଆନ୍ଧ୍ର ଉପକୂଳ ଯାଏଁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ପ୍ରକାଶ ଯେ, ଉତ୍ତର-ପୂର୍ବ ଦିଗରେ ଗତି କରୁଥିବା ସାମୁଦ୍ରିକ ଝଡ଼ ଫନି ଭାରତ ମହାସାଗରକୁ ଛୁଇଁବା ପରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚଣ୍ଡ ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଶନିବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ସାମୁଦ୍ରିକ ଝଡ଼ ଫନି ଆଗାମୀ ୧୨ରୁ ୨୪ ଘଣ୍ଟା ଭିତରେ ପ୍ରଚଣ୍ଡ ରୂପ ନେବ । ନିକଟରେ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ, ଫନି ପ୍ରଭାବରୁ ଘଣ୍ଟାକୁ ୮୦ରୁ ୯୦ କିମି ବେଗରେ ପବନ ବହିବ । ମଙ୍ଗଳବାର ସୁଦ୍ଧା ପବନର ବେଗ ଘଣ୍ଟାକୁ ୧୪୦ରୁ ୧୫୦ ହୋଇପାରେ । ମୁଖ୍ୟତଃ କେରଳର ଅନେକ ସ୍ଥାନରେ ସୋମବାର ଓ ମଙ୍ଗଳବାର ବର୍ଷା ହେବାର ବିଶେଷ ସମ୍ଭାବନା ରହିଛି ।