ନମ୍ବି ନାରାୟଣନଙ୍କୁ ମିଳିଲା ନ୍ୟାୟ : ୧.୩ କୋଟି କ୍ଷତିପୂରଣ ଦେବେ କେରଳ ସରକାର

ନମ୍ବି ନାରାୟଣନଙ୍କୁ ମିଳିଲା ନ୍ୟାୟ : ୧.୩ କୋଟି କ୍ଷତିପୂରଣ ଦେବେ କେରଳ ସରକାର

ନମ୍ବି ନାରାୟଣନଙ୍କୁ ମିଳିଲା ନ୍ୟାୟ : ୧.୩ କୋଟି କ୍ଷତିପୂରଣ ଦେବେ କେରଳ ସରକାର
ନୂଆଦିଲ୍ଲୀ : ଇସ୍ରୋର ପୂର୍ବତନ ବୈଜ୍ଞାନିକ ନମ୍ବି ନାରାୟଣନଙ୍କୁ ୧.୩ କୋଟିର କ୍ଷତିପୂରଣ ପ୍ରଦାନ କରିବା ପାଇଁ କେରଳ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏ ନେଇ ସର୍ବୋଚ୍ଚ କୋର୍ଟ ବୁଧବାର ପିନରାୟୀ ବିଜୟନ୍ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଡିସେମ୍ବର ୨୦୧୯ରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ନାରାୟଣନଙ୍କୁ କେରଳ ସରକାର ଗିରଫ କରିଥିଲା । ୧୯୯୪ରେ ଦୁଇ ମାଲଡେଭିସ୍ ଗୁଇନ୍ଦା ଅଧିକାରୀଙ୍କୁୂ ସୂଚନା ପ୍ରଦାନ ଅଭିଯୋଗରେ ନାରାୟଣନଙ୍କୁ ଗିରଫ କରିବା ସହିତ ବଳପୂର୍ବକ ତାଙ୍କର ମିଥ୍ୟା ବୟାନ ରେକର୍ଡ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶକ୍ରମେ କେରଳ ସରକାରଙ୍କ ପକ୍ଷରୁ ୧.୧ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମାନବାଧିକାର କମିଶନଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଡିସେମ୍ବର ମାସରେ ନାରାୟଣନଙ୍କୁ ଗିରଫ କରାଯାଇଥିବା ବେଳେ ୫୦ ଦିନରୁ ଅଧିକ ସମୟ ଧରି ଜେଲ୍ରେ ରଖାଯାଇଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବା ସହିତ କେରଳ ସରକାରଙ୍କୁ ସମାଲୋଚନା କରିଥିଲେ । ଗିରଫ ହେବା ସମୟରେ ନାରାୟଣନ୍ ଇସ୍ରୋର କ୍ରାୟୋଜେନିକ୍ସ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ ଥିଲେ । ପିଏସ୍ଏଲ୍ଭି ଲଞ୍ଚରେ ବ୍ୟବହୃତ ତରଳ ଇନ୍ଧନ ଆବିଷ୍କାରରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।