ନିର୍ବାଚନ ପରେ ପୁଣି ବୃଦ୍ଧି ପାଇବ ପେଟ୍ରୋଲ ଓ ଡିଜେଲ ଦର
ନିର୍ବାଚନ ପରେ ପୁଣି ବୃଦ୍ଧି ପାଇବ ପେଟ୍ରୋଲ ଓ ଡିଜେଲ ଦର
admin
May 16, 2019 - 06:43
Updated: May 16, 2019 - 06:43
ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରଲ ପିଛା ଦର ୭୧ ଡଲାରରୁ ଅଧିକ ହୋଇଗଲାଣି । ଏହା ସତ୍ୱେ ତେଲ କଂପାନିଗୁଡିକ ପେଟ୍ରୋଲ ଓ ଡିଜେଲ ଦର ବଢାଇବା ଉପରେ ବ୍ରେକ ଲଗାଇଛନ୍ତି । ନିର୍ବାଚନ ଶେଷ ହେବା ପରେ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ବୃଦ୍ଧି ଆରମ୍ଭ ହୋଇଯିବ ।
ଅଶୋଧିତ ତେଲ ମହଙ୍ଗା ହେଉଥିବାରୁ ତେଲ ବିକ୍ରି ଉପରେ କଂପାନିଗୁଡିକ ଏବେ କ୍ଷତି ସହୁଛନ୍ତି । ସେମାନେ ମେ ୧୯ କୁ ଅପେକ୍ଷା କରିଛନ୍ତି । ସେହିଦିନ ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପରଠାରୁ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବଢିବ ବୋଲି ଅନୁମାନ କରାଯାଉଛି ।
ଆନ୍ତର୍ଜାତିକ ବଜାରରେ ତେଲର ଅଭାବ ଅନୁଭୂତି ହେଲାଣି । ଆମେରିକା ପକ୍ଷରୁ କଟକଣା ଲଗାଯାଇଥିବାରୁ ଇରାନ ଠାରୁ ଭାରତ ତେଲ କିଣିପାରିବ ନାହିଁ । ସେଠାରୁ ଶସ୍ତାରେ ଅଶୋଧିତ ତେଲ ମିଳିଯାଉଥିଲା । ଏବେ ଇରାକ ଓ ସାଉଦି ଆରବ ଜରିଆରେ ଭାରତକୁ ଏହାର ତେଲ ଆବଶ୍ୟକତା ପୂରଣ କରିାକୁ ପଡିବ । ଆମେରିକାରୁ ମଧ୍ୟ ତେଲ କିଣାହେବ । କିନ୍ତୁ ଇରାନ ତେଲ ତୁଳନାରେ ଆମେରିକାର ତେଲ ମହଙ୍ଗା ରହିବ । ତାହାର ପ୍ରଭାବ ପେଟ୍ରୋଲ ପମ୍ପ ଦରରେ ପ୍ରତିଫଳିତ ହେବ । ଯେଉଁ ତୈଳ ବିଶୋଧନକାରୀ ସଂସ୍ଥାଗୁଡିକ ନିଜ କାରଖାନାରେ ଇରାନର ତୈଳ ବିଶୋଧନକାରୀ ସଂସ୍ଥାଗୁଡିକ ନିଜ କାରଖାନାରେ ଇରାନର ତେଲକୁ ବିଶୋଧନ କରୁଥିଲେ ସେମାନେ ଏତେ ଶୀଘ୍ର ଅନ୍ୟ ଦେଶର ତେଲକୁ ବିଶୋଧନ କରିବାକୁ ନିଜ ବ୍ୟବସ୍ଥାରେ ପରିବର୍ତନ ଆଣିପାରିବେ ନାହିଁ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ତେଲକୁ ରାଜନୀତି ଆରମ୍ଭ କରିଦେଇଥିବାରୁ କିଛି ଦିନ ଭିତରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୮୦-୮୫ ଡଲାର ସ୍ତରରେ ପହଂଚିଯିବ ବୋଲି ଅନୁମାନ କରାଯାଉଛି ।
ଭାରତ ଏହାର ସର୍ବାଧିକ ତେଲ ଇରାକରୁ ଆଣୁଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ସାଉଦି ଆରବଓ ଇରାନ । ଇରାନରୁ ତେଲ ଅଣାଯିବ ନା ନାହିଁ ସେହି ନିଷ୍ପତି ନିର୍ବାଚନ ପରେ ନିଆଯିବ । ଆମେରିକାକୁ ଅସନ୍ତୁଷ୍ଟ କରି ଇରାନରୁ ତେଲ କିଣିବାକୁ ଭାରତ ଚାହିବ ନାହିଁ । ଇରାନର ତେଲ ପାଇଁ ଅଭାବକୁ ଇରାନ ଓ ସାଉଦି ଆରବ ପୂରଣ କରିବାକୁ ଚାହୁଛନ୍ତି, କିନ୍ତୁ ତେଲ ପାଇଁ ସୋମନେ ଅଧିକ ଦାମ ଦାବି କରୁଛନ୍ତି ।