ବିଜେଡି ଦଳର ସାଂଗଠନିକ ସ୍ତରରେ ଅଦଳ ବଦଳ ।
ବିଜେଡି ଦଳର ସାଂଗଠନିକ ସ୍ତରରେ ଅଦଳ ବଦଳ ।
admin
Jul 1, 2020 - 11:22
Updated: Jul 1, 2020 - 11:22
ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ ଅଦଳ ବଦଳ ହୋଇଛି । ପ୍ରଥମ ଥର ପାଇଁ ଦଳରେ ବରିଷ୍ଠ ଉପସଭାପତିଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୮ ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୯ ଜଣଙ୍କୁ ଉପସଭାପତି ଦାୟିତ୍ୱ ବଂଟନ କରିଛନ୍ତି ଶାସକ ଦଳର ମୁଖିଆ ନବୀନ । ସଞ୍ଜୟ ଦାସବର୍ମା ହୋଇଛନ୍ତି ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ। ଅନଙ୍ଗ ଉଦୟସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ବିମ୍ବାଧର କୁଅଁର, ପ୍ରସନ୍ନ ପାଟ୍ଟସାଣୀ, ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକାଙ୍କୁ ମଧ୍ୟ ବରିଷ୍ଠ ଉପସଭାପତି ଦାୟିତ୍ୱ ମିଳିଛି ।
ଉପସଭାପତି ଦାୟିତ୍ୱ ମିଳିଛି ମଙ୍ଗଳା କିଷାନ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ୍, ବଦ୍ରି ନାରାୟଣ ପାତ୍ର, ପ୍ରଦୀପ କୁମାର ଅମାତ୍, ପଦ୍ମନାଭ ବେହେରା ।
ମଙ୍ଗଳା କିଷାନଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ୱ, ଦେବୀ ପ୍ରସାଦ ମିଶ୍ରଙ୍କୁ 'ଓଡ଼ିଶା ମୋ ପରିବାର', ବିକ୍ରମ କେଶରୀ ଆରୁଖଙ୍କୁ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ, ଉଷା ଦେବୀଙ୍କୁ ସାମାଜିକ କଲ୍ୟାଣ, ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ ଦାୟିତ୍ୱ, ବଦ୍ରି ନାରାୟଣ ପାତ୍ରଙ୍କୁ ଆଂଚଳିକ ବିକାଶ ଦାୟିତ୍ୱ, ପ୍ରଦୀପ କୁମାର ଅମାତଙ୍କୁ ସଶକ୍ତ ଓଡ଼ିଶା ଓ ପଦ୍ମନାଭ ବେହେରାଙ୍କୁ ଏସ୍.ସି ସଶକ୍ତିକରଣ ଦାୟିତ୍ୱ ବଂଟନ କରାଯାଇଛି ।