ଲମ୍ବା ଛୁଟିରେ ଗଲେ ପ୍ରଦୀପ୍ତ
ଲମ୍ବା ଛୁଟିରେ ଗଲେ ପ୍ରଦୀପ୍ତ
ଭୁବନେଶ୍ୱର: ଲମ୍ବା ଛୁଟିରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସେ ଛୁଟିରେ ରହିବେ । ବ୍ୟକ୍ତିଗତ କାରଣରୁ ଶ୍ରୀ ମହାପାତ୍ର ଛୁଟିରେ ଯାଇଥିବା ଦର୍ଶାଇଛନ୍ତି । ମାତ୍ର କରୋନା ମୁକାବିଲାବେଳେ ସ୍ୱାସ୍ଥ୍ୟ ବିଭାଗ ମଙ୍ଗ ଧରିଥିବା ଶ୍ରୀ ମହାପାତ୍ର ଅଚାନକ ଏଭଳି ଲମ୍ବା ଛୁଟିରେ ଯିବା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଶ୍ରୀ ମହାପାତ୍ରଙ୍କ ଅନୁପସ୍ଥିତିରେ କୃଷି ଉପôାଦନ କମିଶନର ଆର୍.କେ.ଶର୍ମା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ସମ୍ଭାଳିବେ । ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍-୧୯କୁ ରାଜ୍ୟ ସରକାର ‘ମହାମାରୀ’ ଘୋଷଣା କରି ଏହାର ମୁକାବିଲା ନିମନ୍ତେ ସ୍ୱତନ୍ତ୍ର ଭାବେ ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତି ଦେଇଥିଲେ।