ଲାଲକିଲ୍ଲାରେ ପତାକା ଉଡାଇଥିବା ଯୁବକ ଚିହ୍ନଟ
ଲାଲକିଲ୍ଲାରେ ପତାକା ଉଡାଇଥିବା ଯୁବକ ଚିହ୍ନଟ
admin
Jan 28, 2021 - 05:21
Updated: Jan 28, 2021 - 05:21
ନୂଆଦିଲ୍ଲୀ:ଲାଲକିଲ୍ଲାରେ ପତାକା ଉଡାଇଥିବା ଯୁବକ ଚିହ୍ନଟ ହୋଇଛନ୍ତି । ଯୁବକର ନାଁ ହେଉଛି ଯୁଗରାଜ ସିଂହ । ୨୩ ବର୍ଷୀୟ ଯୁଗରାଜ ପଞ୍ଜାବ ତର୍ନ ତରାନର ବୋଲି ଜଣାପଡଛି । ପତାକା ଉଡାଇଥିବା ଯୁବକଙ୍କ ବାପା ମାଆ ଗାଁ ଛାଡି ଚମ୍ପଟ ମାରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଯୁଗରାଜଙ୍କ ବାପା ମାଆ ଗାଁ ଛାଡି ଦେଲେ । ପୋଲିସ ଭୟରେ ଆଉ କିଛି ଲୋକ ମଧ୍ୟ ଗାଁ ଛାଡି ପଳାଇଲେ । ଘରେ କେବଳ ତାଙ୍କ ଜେଜେ ବାପା ଅଛନ୍ତି। ପରିବାର ଲୋକେ ଓ ଗ୍ରାମବାସୀ ଯୁଗରାଜ ଏଭଳି କାଣ୍ଡ ଘଟାଇଥିବା ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ କୃଷକମାନେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ରାଲିରେ ଆସି ଜୋରଦାର ହଙ୍ଗାମା କରିଥିଲେ। ବାରିକେଡ ଭାଙ୍ଗିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। କେବଳ ସେତିକି ନୁହେଁ, ଜୋରଜବରଦସ୍ତ ଐତିହାସିକ ଲାଲକିଲ୍ଲାରେ ଧସେଇ ପଶିଥିଲେ। ଯେଉଁଠାରେ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରନ୍ତି, ସେଠାରେ ଚଢ଼ି ସେମାନେ ନିଜ ଖାଲସା ପତାକା ଉତ୍ତୋଳନ କରିଥିଲେ।