ଏମିତି ପାଇବେ ସୁନ୍ଦର ଘନ କେଶ
.
ଭଲ କେଶ ପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଆଇରନ୍, ଭିଟାମିନ୍-ଡି, ଆମିନୋ ଏସିଡ୍, ଭିଟାମିନ୍– ବି ୧୨ ଏବଂ ଥିବା ଖାଦ୍ୟ ଖାଆନ୍ତୁ ।
କେଶକୁ ଅଧିକ ଟାଇଟ୍ କରି ବାନ୍ଧନ୍ତୁ ନାହିଁ ।
କେଶ ଅଧିକ ଅଏଲି ହୋଇଥିଲେ ସପ୍ତାହକୁ ଦୁଇଥର ଧୁଅନ୍ତୁ ।
ଲମ୍ବା କେଶ ହୋଇଥିଲେ ମୂଳକୁ ଭଲଭାବେ ଧୋଇଦିଅନ୍ତୁ ।
ଶାମ୍ପୋ କରିବା ପରେ କଣ୍ଡିସନର ବ୍ୟବହାର କରନ୍ତୁ ।
ବାହାରକୁ ବାହାରିବା ସମୟରେ କେଶକୁ ଘୋଡ଼ାଇ ବାହାରନ୍ତୁ ।
କେଶର ଲମ୍ବ ଅନୁସାରେ ଗୋଟିଏ କିମ୍ବା ଦୁଇଟି ଅଣ୍ଡାକୁ ଫେଣ୍ଟି କେଶ ମୂଳରେ ଲଗାଇ ଦିଅନ୍ତୁ । ଅଧଘଣ୍ଟା ରଖିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।
ଘନ କେଶ ନିମନ୍ତେ କେଶ ମୂଳରେ ଆଲୋଭେରା ଜେଲ୍ ଲଗାନ୍ତୁ ।
କେଶ ଓଦା ଥିବା ସମୟରେ କୁଣ୍ଡାନ୍ତୁ ନାହିଁ । ସବୁବେଳେ ହେୟାର ଡ୍ରାୟର ବ୍ୟବହାର କରନ୍ତୁ ନାହିଁ ।