ଚାଷୀ ତିଆରି କଲେ ‘କିଷାନ୍ ବାଇକ୍’

ଚାଷୀ ତିଆରି କଲେ ‘କିଷାନ୍ ବାଇକ୍’

ଚାଷୀ ତିଆରି କଲେ ‘କିଷାନ୍ ବାଇକ୍’
ଭୁବନେଶ୍ୱର : ଦେଶର ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ନିଦ ହଜି ଯାଇଛି । ଆଇନ ଉଲ୍ଲଘଂନ କଲେ ମୋଟା ଅଙ୍କର ଅର୍ଥ ଜରିମାନା ଦେବାକୁ ପଡୁଛି । ଏଭଳି ସ୍ଥିତିରେ ବୌଦ୍ଧ ଜିଲ୍ଲା ବାମଣ୍ଡା ଗାଁର ଚାଷୀ ଦିଲ୍ଲୀ ମହାପାତ୍ର (୪୨) ନିଜ ଉଦ୍ୟମରେ କର୍ମ ଖର୍ଚ୍ଚରେ ବ୍ୟାଟେରି ଚାଳିତ ‘କିଷାନ ବାଇକ୍’ ତିଆରି କରିଛନ୍ତି । ଏହା ଦେଖିବାକୁ ସିନା ସାଇକେଲ ଭଳି, କାମରେ କିନ୍ତୁ ବାଇକ ସହ ସମାନ । ବଡ କଥା ହେଲା ପେଟ୍ରୋଲ, ଡିଜେଲ କିମ୍ବା ଇଞ୍ଜିନ ଅଏଲ ବିନା ବି ଏହା ଘଣ୍ଟା ପ୍ରତି ୩୦ କି.ମି ବେଗରେ ଚାଲି ପାରିବ । ଏଥିରେ ଲାଗିଛି ୧୨ ଭୋଲ୍ଟର ୨ଟି ବ୍ୟାଟେରୀ ଓ ୩୫ ୱାଟର ମୋଟର । ଥରେ ବ୍ୟାଟେରୀଟିକୁ ୪ ରୁ ୫ ଘଣ୍ଟା ଚାର୍ଜ କଲେ ସାଇକେଲ ୮୦ କିମ.ି ଚାଲିବ । ବାଇକରେ ଲାଗିଛି ଏକ୍ସିଲେଟର । ଗତି କମାଇବା ପାଇଁ ବି ରହିଛି କଣ୍ଟ୍ରୋଲର । ଦିଲ୍ଲୀର କରୋଲବାଗରୁ ସେ ମୋଟରଟି ଆଣି୍ଥିବା ଦିଲ୍ଲୀପ ପ୍ରକାଶ କରିଛନ୍ତି । ବର୍ତ୍ତମାନ ବଜାରରେ ଉପଲବ୍ଧ କମ୍ପାନୀ ବାଇକ ଅତି କମରେ ୫୦ ହଜାର ଟଙ୍କା ରହିଛି । ମାତ୍ର ୧୦ ରୁ ୧୫ ହଜାର ଟଙ୍କା ଖର୍ଚ୍ଚରେ ଦିଲ୍ଲୀପ ଏହି ବାଇକ ତିଆରି କରିଛନ୍ତି । ଏହି ବ୍ୟାଟେରୀ ଚାଳିତ ‘କିଷାନ ବାଇକ୍’ ରେ ଏଲଇଡି ହେଡ ଲାଇଟ ଓ ବ୍ୟାକ୍ ଲାଇଟ ବି ଲାଗିଛି । ଏହା ଦ୍ୱାରା ଶବ୍ଦ କିମ୍ବା ବାୟୁ ପ୍ରଦୂଷଣ ହେବ ନାହିଁ । ଆଗାମୀ ଦିନରେ ଦିଲ୍ଲୀପ ଚାଷୀଙ୍କ ପାଇଁ କମ୍ ଖର୍ଚ୍ଚରେ ବ୍ୟାଟେରୀ ଚାଳିତ ଶଗଡ଼ ଗାଡ଼ି ତିଆରି କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏଭଳି ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।