ଆଜି ଭୁବନେଶ୍ୱରରୁ ୧୯୮ ପଜିଟିଭ୍ ଚିହ୍ନଟ

ଆଜି ଭୁବନେଶ୍ୱରରୁ ୧୯୮ ପଜିଟିଭ୍ ଚିହ୍ନଟ

ଆଜି ଭୁବନେଶ୍ୱରରୁ ୧୯୮ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ୧୯୮ ପଜିଟିଭ୍ ଚିହ୍ନଟ ହୋଇଛି । ଚିହ୍ନଟ ୧୯୮ ଜଣଙ୍କ ମଧ୍ୟରୁ ୧୦୪ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାସ୍ଥଳେ ୯୪ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ସୂଚନା ଦେଇଛି ବିଏମ୍‌ସି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ୧୦୪ ଜଣଙ୍କ ମଧ୍ୟରେ ବରଗଡ ବ୍ରିଟ୍ କଲୋନୀରୁ ୩ ଜଣ, ପାେଲିସ୍ କଲୋନୀରୁ ଚାରି ଜଣ, ଚନ୍ଦ୍ରେଶଖରପୁର ହାଉସିଂ ବୋର୍ଡ କଲୋନୀରୁ ଚାରି ଜଣ, ଏକ ସିକ୍ୟୁରିଟି ଏଜେନ୍ସିର ୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସାଲିଆ ସାହିରୁ ଛଅଜଣ ଚିହ୍ନଟ ହୋଇଛନ୍ତି । ଚିନ୍ତାମଣିଶ୍ବରରୁ ଛଅ ଜଣ, ଝାରପଡା ଜଗନ୍ନାଥ କଲୋନୀରୁ ୩ ଜଣ, ନୟାପଲ୍ଲୀର ଏକ ହୋଟେଲରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜଧାନୀରୁ ୯୪ ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାବେଳେ ଶିଖରଚଣ୍ଡୀ ନଗରରୁ ୭ଜଣ, ଚନ୍ଦ୍ରଶେଖପୁର ରେଲ୍ ବିହାରରୁ ୩ ଜଣ, ସିଆରପିଏଫ୍ କ୍ୟାମ୍ପସ୍‌ରୁ ୨ ଜଣ, ପାତ୍ରପଡାରୁ ୩ ଜଣ, ସାଲିଆ ସାହିରୁ ୨ ଜଣ, ଗଜପତି ନଗରରୁ ୩ ଜଣ, ସତ୍ୟବିହାରରୁ ୩ ଜଣ, ବିଜେବି ନଗରରୁ ହାଉସିଂ ବୋର୍ଡ କଲୋନୀରୁ ୨ଜଣ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ୧୩୨ ଜଣ ସୁସ୍ଥ ହୋଇଥିବାବେଳେ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୪୮୭ରେ ପହଞ୍ଚିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୩ହଜାର ୫୬୭ରେ ପହଞ୍ଚିଥିବାେବଳେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା ୧ ହଜାର ୮୮୭ଜଣ ଚିକିତ୍ସାଧୀନ ରହିଛନ୍ତି ।