ଆଜି ରାଜ୍ୟରୁ ୨୨୪୪ ନୂତନ ଆକ୍ରାନ୍ତ ଚିହ୍ନଟ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର

ଆଜି ରାଜ୍ୟରୁ ୨୨୪୪ ନୂତନ ଆକ୍ରାନ୍ତ ଚିହ୍ନଟ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର

ଆଜି ରାଜ୍ୟରୁ ୨୨୪୪ ନୂତନ ଆକ୍ରାନ୍ତ ଚିହ୍ନଟ : ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର
ଭୁବନେଶ୍ୱର : ସୋମବାର ରାଜ୍ୟରୁ ୨୨୪୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯୦ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୫୪ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୧୪୨, ବରଗଡରୁ ୩୫, ଭଦ୍ରକରୁ ୧୦୪, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୪୯, କଟକରୁ ୧୯୪, ଢେଙ୍କାନାଳରୁ ୧୮, ଗଜପତିରୁ ୬, ଗଞ୍ଜାମରୁ ୨୪୩, ଜଗତସିଂହପୁରରୁ ୧୬, ଯାଜପୁରରୁ ୯୮, ଝାରସୁଗୁଡାରୁ ୧୨, କଳାହାଣ୍ଡିରୁ ୬୭, କନ୍ଧମାଳରୁ ୧୨୧, କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୧୩, ଖୋର୍ଦ୍ଧାରୁ ୩୧୧, କୋରାପୁଟରୁ ୯୪, ମାଲକାନଗିରିରୁ ୯୮, ମୟୁରଭଞ୍ଜରୁ ୯୧, ନବରଙ୍ଗପୁରରୁ ୨୧, ନୟାଗଡରୁ ୧୩,ନୂଆପଡାରୁ ୯, ପୁରୀରୁ ୬୮, ରାୟଗଡାରୁ ୧୬୦, ସମ୍ବଲପୁରରୁ ୩୫, ସୋନପୁରରୁ ୧୧ ଏବଂ ସୁନ୍ଦରଗଡରୁ ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୨୯୪ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ ୪୨୨୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୧୨ ରହିଛି ।