ସ୍ପୁଟନିକ୍ ଭିକୁ ବିଶ୍ୱାସ କରନ୍ତି ନାହିଁ ୫୨ ପ୍ରତିଶତ ଋଷ ଡାକ୍ତର

ସ୍ପୁଟନିକ୍ ଭିକୁ ବିଶ୍ୱାସ କରନ୍ତି ନାହିଁ ୫୨ ପ୍ରତିଶତ ଋଷ ଡାକ୍ତର

ସ୍ପୁଟନିକ୍ ଭିକୁ ବିଶ୍ୱାସ କରନ୍ତି ନାହିଁ ୫୨ ପ୍ରତିଶତ ଋଷ ଡାକ୍ତର
ମସ୍କୋ : ଋଷର ଗାମାଲିଆ ଇନଷ୍ଟିଚ୍ୟୁଟ ପକ୍ଷରୁ ବିକଶିତ କରାଯାଇଥିବା ଟୀକା ସ୍ପୁଟନିକ ଭିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିରାଶା ବ୍ୟକ୍ତ କରିଥିବା ବେଳେ ଏବେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁଯାୟୀ ଋଷର ୫୨ ପ୍ରତିଶତ ଡାକ୍ତର ଏହି ଟୀକାକୁ ଭରସା କରନ୍ତି ନାହିଁ । ଆରବିସି ନ୍ୟୁଜ ୱେବସାଇଟ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଋଷିଆର ଦୁଇ ଜଣରେ ଜଣେ ଡାକ୍ତର ଏହି ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଦେଶର ସମୁଦାୟ ୫୨ ପ୍ରତିଶତ ଡାକ୍ତର ଏହି ଟୀକାର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି । ତେବେ ବିଭିନ୍ନ ଆଡୁ ଟୀକାର ସମାଲୋଚନା କରାଯାଉଥିଲେ ମଧ୍ୟ ଋଷ ପକ୍ଷରୁ ପ୍ରଥମ ବ୍ୟାଚ୍ ଟୀକା ନିର୍ମାଣ ଶେଷ ହୋଇଛି । ଅଗଷ୍ଟ ଶେଷ ସୁଦ୍ଧା ଏହି ଟୀକା ମସ୍କୋରେ ସମସ୍ତଙ୍କୁ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ସର୍ବେକ୍ଷଣରେ ୪୮ ପ୍ରତିଶ ଡାକ୍ତର ଏ ଟୀକାକୁ ତରବରିଆ ଭାବରେ ନିର୍ମାଣ କରାଯାଇଥିବା ନେଇ ପ୍ରକାଶ କରିଥିଲେ । ସେହିପରି ୨୦ ପ୍ରତିଶତ ଡାକ୍ତର ନିଜ ଦେହରେ ଏହି ଟୀକା ଲଗାଇବେ ନାହିଁ ବୋଲି ମନା କରି ଦେଇଛନ୍ତି । ତେବେ ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଏହି ଟୀକାକରଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଋଷ ସ୍ୱାସ୍ଥ୍ୟ ମନ୍ତ୍ରୀ ଓଲେଗ୍ ସାଲାଗେ ପ୍ରକାଶ କରିଛନ୍ତି ।