ଦକ୍ଷିଣ କୋରିଆର ହୋଲି ମଡ୍‍ ଫେଷ୍ଟିଭାଲ

ଦକ୍ଷିଣ କୋରିଆର ହୋଲି ମଡ୍‍ ଫେଷ୍ଟିଭାଲ

ଦକ୍ଷିଣ କୋରିଆର ହୋଲି ମଡ୍‍ ଫେଷ୍ଟିଭାଲ
ହୋଲି ହେଉଛି ରଙ୍ଗର ପର୍ବ । କିନ୍ତୁ ଦକ୍ଷିଣ କୋରିଆର ସିଓଲରୁ ପ୍ରାୟ ୨୦୦ କିମି ଦୂର ବୋରିୟଙ୍ଗରେ ମଡ୍‍ ଫେଷ୍ଟିଭାଲ ବା କାଦୁଅ ପର୍ବ ପାଳନ କରାଯାଏ । ୧୯୯୮ ମସିହାରୁ ଏହା ପାଳିତ ହେଉଛି । ମୁଖ୍ୟତଃ ଖରାଦିନେ ଏହା ପାଳନ କରାଯାଉଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଏଥିରେ ସାମିଲ ହୋଇଥାନ୍ତି । ବୋରିୟଙ୍ଗର ବେଳାଭୂଇଁରେ ମିଳୁଥିବା କାଦୁଅରେ ପ୍ରଚୁର ମାତ୍ରାରେ ମିନେରାଲସ ଥାଏ ଯାହାକି ପ୍ରସାଧନ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରାଯାଏ । ପ୍ରକୃତରେ ସେହି ବେଳାଭୂମିରେ ଥିବା କାଦୁଅର ଉପକାରିତା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ମଧ୍ୟ ଏହି ପର୍ବର ଆଉ ଏକ ଲକ୍ଷ୍ୟ । ପ୍ରାୟ ତିରିଶ ଲକ୍ଷରୁ ଊଦ୍ଧ୍ୱର୍ ଲୋକ କାଦୁଅରେ ଗାଧୋଇବା ଠାରୁ ନେଇ ମସାଜ୍‍ ଓ କାଦୁଅ ବର୍ଷାର ମଜା ନେଇଥାଆନ୍ତି ।