ଅଗଷ୍ଟ ୭ରେ ଭୁବନେଶ୍ୱର କୋର୍ଟରେ ହାଜରେ ହେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଅଗଷ୍ଟ ୭ରେ ଭୁବନେଶ୍ୱର କୋର୍ଟରେ ହାଜରେ ହେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଅଗଷ୍ଟ ୭ରେ ଭୁବନେଶ୍ୱର କୋର୍ଟରେ ହାଜରେ ହେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର : ଦୁଇଟି ପୁରୁଣା ମାମଲାରେ ବାଲେଶ୍ୱର ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଅଡ଼ୁଆ ବଢ଼ିଛି । ଲୋକ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟ ତଥା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ (୩) ଙ୍କ କୋର୍ଟରେ ଗତକାଲି ହାଜର ହେବା ପାଇଁ ତାରିଖ ରହିଥିଲେ ମଧ୍ୟ ସେ ଅନୁପସ୍ଥିତ ଥିଲେ । ତେବେ ତାଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି । ଆସନ୍ତା ଅଗଷ୍ଟ ୭ ତାରିଖରେ ତାଙ୍କୁ ହାଜର ହେବା ପାଇଁ ସମନ କରାଯାଇଛି । ସୂଚନା ମୁତାବକ ୨୦୦୪ ମସିହାରେ ବାଲେଶ୍ୱର ଗୋପୀନାଥପୁରରେ ଏକ ବିବାଦ ହୋଇଥିଲା । ସେଠାରେ ଏକ ଗୋଷ୍ଠୀ ପୋଡ଼ାଜଳା କରିଥିଲେ । ପୋଡ଼ାଜଳାରେ ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡ଼ି ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏତଲାରେ ଶ୍ରୀ ଷଡଙ୍ଗୀଙ୍କ ନାମ ରହିଥିଲା । ସେହିଭଳି ୨୦୧୧ ମସିହାରେ ଏକ ମନ୍ଦିର ଟ୍ରଷ୍ଟ କାର୍ଯ୍ୟକ୍ରମରେ ସେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ନୀଳଗିରି ଥାନାରେ ଏତଲା ହୋଇଥିଲା । ଏହି ଦୁଇ ଏତଲାକୁ ଆଧାର କରି ବାଲେଶ୍ୱର କୋର୍ଟରେ ମାମଲାର ଶୁଣାଣୀ ଚାଲିଥିଲା । ଏବେ ଅଧିକୃତ କୋର୍ଟରେ ଲୋକପ୍ରତିନିଧିଙ୍କ ମାମଲାର ଶୁଣାଣି ହେବା ପାଇଁ ନିଷ୍ପତ୍ତି ହେବାରୁ ଭୁବନେଶ୍ୱର ଏଡିଜେ-୩ କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଥିଲା । ଅପରପକ୍ଷେ ତାଙ୍କ ନାମରେ ୭ଟି ମାମଲା ବିଚାରଧୀନ ଥିବା ନାମାଙ୍କନ ପତ୍ର ଦାଖଲ ବେେଳେ ସତ୍ୟପାଠରେ ଶ୍ରୀ ଷଡଙ୍ଗୀ ଉଲ୍ଲେଖ କରିଛନ୍ତି ।