ଆଜି ୧୦ ଜିଲ୍ଲାରେ ଘନ କୁହୁଡ଼ି, ଡିଜି ଓ ପରିବହନ କମିସନରଙ୍କୁ ଚିଠି ଲେଖିଲେ ଏସଆରସି

ଆଜି ୧୦ ଜିଲ୍ଲାରେ ଘନ କୁହୁଡ଼ି, ଡିଜି ଓ ପରିବହନ କମିସନରଙ୍କୁ ଚିଠି ଲେଖିଲେ ଏସଆରସି

ଆଜି ୧୦ ଜିଲ୍ଲାରେ ଘନ କୁହୁଡ଼ି, ଡିଜି ଓ ପରିବହନ କମିସନରଙ୍କୁ ଚିଠି ଲେଖିଲେ ଏସଆରସି
ଭୁବନେଶ୍ୱର: ଆଜି ବି ଘନ କୁହୁଡ଼ିରେ ଆଚ୍ଛାଦିତ ହେବ ଉତ୍ତର ଉପକୂଳ ଓଡ଼ିଶା । ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବି କିଛି କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଯିବ । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଧ, ସୋନପୁର, ବରଗଡ଼ ଓ ନୟାଗଡ଼ରେ ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ପଡ଼ିବ । ଏଥିଯୋଗୁଁ ଯାତୟାୟତରେ ଅସୁବିଧା ଓ ଦୁର୍ଘଟଣାର ସମ୍ଭାବନା ରହିଥିବାରୁ ଏ ନେଇ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପୁଲିସ ଡିଜି ଓ ପରିବହନ କମିସନରଙ୍କୁ ଚିଠି ଲେଖିଛନ୍ତି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ଆସନ୍ତା ୨୪ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାରେ କିଛି କିଛି ଅଞ୍ଚଳରେ ଘନ କୁହୁଡ଼ି ହେବର ଆଶଙ୍କା ରହିଛି । ଏଥିସହ ବୌଦ୍ଧ, ସୋନପୁର, ବରଗଡ଼ ଓ ନୟାଗଡ଼ ଆଦି ଜିଲ୍ଲାରେ କେତେକ ସ୍ଥାନରେ ବି ଘନ କୁହୁଡ଼ିର ଆଶଙ୍କା ରହିଛି । ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ସୂଚନା ମିଳିଛି । ରାଜ୍ୟରେ ଏବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ସର୍ବନିମ୍ନ ତାପାତ୍ରା ଏବେ ସ୍ୱାଭାବିକ ରହିଛି ।